ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୋଲିସ ଦ୍ୱାରା ଆୟୋଜିତ ଛାତ୍ରଛାତ୍ରୀମାନଙ୍କ ସୃଜନାତ୍ମକ କାର୍ଯ୍ୟକ୍ରମ କଳିକା -୨ ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଷଷ୍ଠ ରୁ +୩ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଭାର ଉନ୍ମେଷ ଓ ବିକାଶ ଆଧାରିତ ଏହି କାର୍ଯ୍ୟକ୍ରମରେ ରଙ୍ଗୋଲି, କୁଇଜ, ସାଧାରଣ ଜ୍ଞାନ, ମୂକାଭିନୟ, ଲୋକ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସାମାଜିକ ସଚେତନତା ପାଇଁ ଫାୟାର ଫାଇଟିଂ , ସ୍ନେକ ହେଲ୍ପଲାଇନ୍, ଫାଷ୍ଟ ଏଡ୍ ଏବଂ ସେଲ୍ଫ ଡିଫେନ୍ସ ସହ ମ୍ୟାଜିକ ସୋ ଆଦି ପ୍ରଦର୍ଶିତ ହୋଇଥିଲା। ନୟାଗଡ଼ର ଆରକ୍ଷୀ ଅଧିକ୍ଷକ ଏସ୍. ସୁଶ୍ରୀ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିବା ବେଳେ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ…
Read MoreDay: February 7, 2026
ବିଜୁ ଜନତା ଦଳ ସାଙ୍ଗଠନିକ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନବ ନିର୍ବାଚିତ ବ୍ଲକ ସଭାପତି ଭଞ୍ଜକିଶୋର ମହାପାତ୍ର ଏବଂ ପୌର ପରିଷଦ ବିଜୁ ଜନତା ଦଳ ସଭାପତି ଦାଶରଥି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟରେ ବିଜେପି ସରକାର ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ବିତୃଷ୍ଣା ଆରମ୍ଭ ହେଲାଣି। ଆଗାମୀ ଦିନରେ ଲୋକେ ଉଚିତ୍ ଜବାବ ଦେବେ ବୋଲି ବିଧାୟକ କହିଥିଲେ। ଏହା ସହିତ ସଂଗଠନ ମଜବୁତ୍ କରିବା ଉପରେ ବକ୍ତବ୍ୟ ରଖିଥିଲେ। ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଗାମୀ ୧୧ ତାରିଖରେ ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବାକୁ ବିଧାୟକ…
Read Moreନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମନରେଗା ବଞ୍ଚାଓ ଧାରଣା
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖର୍ଗେଙ୍କ ନିର୍ଦ୍ଦେଶ କ୍ରମେ ଦେଶବ୍ୟାପୀ ମନରେଗା ବଞ୍ଚାଓ ଆନ୍ଦୋଳନ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ଅଧ୍ଯକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମନରେଗା ବଞ୍ଚାଓ, ଟାଟା ପାୱାର ମନମାନୀ ଓ ଚାଷୀ ଶୋଷଣ ପ୍ରତିବାଦରେ, ଧାରଣା ଓ ବିକ୍ଷୋଭ କରାଯାଇ ଜିଲ୍ଲାପାଳ ମଧୁମିତା ରଥଙ୍କୁ ମନରେଗା ଆଇନର ସୁରକ୍ଷା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବିକ୍ଷୋଭ ସଭାରେ ଡିସିସି ବରିଷ୍ଠ ଉପସଭାପତି ଲକ୍ଷ୍ମୀଧର ତ୍ରିପାଠୀ, ଧ୍ରୁବ ଚରଣ ପରିଡା, ସୁକାନ୍ତ ଶତପଥୀ ବରିଷ୍ଠ ନେତା ସରୋଜ ପରିଡ଼ା, ହୁସେନ ଖାଁ, ମନୋଜ ସାହୁ, ପୂର୍ଣ୍ଣଚନ୍ଦ୍ର ଶlନ୍ତ, ବାଳକୃଷ୍ଣ ଷଡଙ୍ଗୀ, ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ହାସିମ ଖାଁ,ଓଡଗାଁ ବ୍ଲକ ପୂର୍ଣ୍ଣଚନ୍ଦ୍ର ନାୟକ,…
Read More