ରୋଟାରି କ୍ଲବ ଏକ୍ସଲେନ୍ସୀ ପକ୍ଷରୁ ଉତ୍କଳ ବାଳାଶ୍ରମରେ କୁନିକୁନି ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡରେ ନୂତନ କରି ଗଢି ଉଠିଥିବା ନୂତନ ରୋଟାରି କ୍ଲବ ଏକ୍ସଲେନ୍ସୀ ଆନୁକୂଲ୍ୟରେ ଉତ୍କଳ ବାଳାଶ୍ରମରେ କୁନିକୁନି ଛାତ୍ରଛାତ୍ରୀ ଅନ୍ତେବାସୀ ମାନଙ୍କୁ ପାଠ୍ୟ ଉପକରଣ ଯଥା ଖାତା, ପେନ, ପେନସିଲ, ଏବଂ କମ୍ପାସ ପ୍ରଦାନ କରାଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଶ୍ରଦ୍ଧାର ସହିତ ଏହି ସବୁ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର ପ୍ରତିଷ୍ଠାତା ସଭାପତି ପ୍ରମୋଦ ପଟ୍ଟନାୟକ, କ୍ଲବ ସମ୍ପାଦକ ତଥା ସ୍ଥାନୀୟ କେସି କ୍ଲବ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ, ରୋଟାରୀଆନ ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶ, କମଳ ଚରଣ ସାହୁ, ସରଜେଣ୍ଟ ଆର୍ମସ ଶେଖ ମସଜୁଦ ହୁସେନ ଏବଂ ଅନୁଷ୍ଠାନିକ ଯତ୍ନ ଅଧିକାରୀ ସତ୍ୟରଞ୍ଜନ ଦାଶ, ବାଳାଶ୍ରମ ପରିଚାଳକ ଜ୍ୟୋତରଞ୍ଜନ…

Read More

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ସହପ୍ରାନ୍ତ ସେବାପ୍ରମୁଖ ବେଲେଶ୍ୱର ସାହୁ, ସଭାଧ୍ୟକ୍ଷ ସ୍ଥାନୀୟ ବିଦ୍ୟାଳୟର ମୁଖ୍ୟ ପ୍ରଶାସକ ହରେକୃଷ୍ଣ ମୁଦୁଲି, ପ୍ରଶାସକ ଡ଼. କୃପାସିନ୍ଧୁ କରଣ ଓ ପ୍ରଧାନାଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମଞ୍ଚାସୀନ ଥିଲେ। ପ୍ରଶାସକ ଡ଼. କୃପାସିନ୍ଧୁ କରଣ ଅତିଥି ପରିଚୟ କରାଇଥିଲେ। ପ୍ରଧାନାଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟବକ୍ତା ବେଲେଶ୍ୱର ସାହୁ ଆଜିର ସମାଜରେ “ପଞ୍ଚ ପରିବର୍ତ୍ତନ”ର ଆହ୍ବାନ ଦେଇଥିଲେ। ସେଗୁଡ଼ିକ ଯଥାକ୍ରମେ ସ୍ଵବୋଧ, କୁଟୁମ୍ବ ପ୍ରବୋଧକ ,ସାମଜିକ ସମରସତା, ପର୍ଯ୍ୟାବରଣ ଓ ନାଗରିକର କର୍ତ୍ତବ୍ୟ ଇତ୍ୟାଦି ବହୁ ଉଦାହରଣ ମାଧ୍ୟମରେ ଦର୍ଶକମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ।…

Read More

ମନରେଗା ଯୋଜନରୁ ମହାତ୍ମା ଗାନ୍ଧଙ୍କ ନାମ ଏବଂ ନିୟମ ପରିବର୍ତ୍ତନ କରିଥିବା ବିଜେପି ସରକାର ବିରୁଦ୍ଧରେ କଂଗ୍ରେସ ବିକ୍ଷୋଭ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଜେପି ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗାରଣ୍ଟି ଆଇନ (MGNREGA) କୁ ରଦ୍ଦ କରିବା ପାଇଁ ଏକ ବିଲ୍ ଆଣି ଏକ ଭୟାବହ ଏବଂ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରିଛି। ଏହା କୌଣସି ସାଧାରଣ ବିଧାନମୂଳକ ପ୍ରକ୍ରିୟା ନୁହେଁ। ଏହା ଏକ ରାଜନୈତିକ ଚକ୍ରାନ୍ତ, ଯାହାର ଉଦ୍ଦେଶ୍ୟ ଏକ ଐତିହାସିକ, ଅଧିକାର-ଆଧାରିତ ଜନକଲ୍ୟାଣ ଆଇନକୁ ଦୁର୍ବଳ କରିବା ଏବଂ ଭାରତର ସବୁଠାରୁ ପରିଚିତ କଲ୍ୟାଣକାରୀ ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ଓ ମୂଲ୍ୟବୋଧକୁ ମିଟାଇଦେବା ଭଳି ହୀନ ଉଦ୍ୟମ କରି ବିଜେପି ସରକାର ସଂସଦ ଶେଷ ଦିବସରେ ଗୃହରେ ଆଲୋଚନା କାରନଯାଇ ତରବରିଆ ଭାବେ ତାଳି ମାରି ଗୃହୀତ କରାଯାଇ ଥିବାରୁ ଆଜି ପିସିସି ଆହ୍ୱାନ କ୍ରମେ ମଧ୍ୟାହ୍ନ ରେ ଗାନ୍ଧଙ୍କୁ ପୁଷ୍ପମାଲ୍ୟ ଦେଇ କଂଗ୍ରେସ କର୍ମୀ ମାନେ ଶୋଭାଯାତ୍ରାରେ…

Read More

ଜାନୁୟାରୀ ୫ରୁ ୧୦ ପର୍ଯ୍ୟନ୍ତ ପାଞ୍ଚ ଦିନିଆ ମହା ଆୟୋଜନ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁରର ସାଂସ୍କୃତିକ ପରମ୍ପରାକୁ ଆଉ ଏକ ମାଇଲସ୍ଟୋନ୍‌ ଯୋଗାଇବାକୁ ଯାଉଛି ଆସନ୍ତା ‘ଅର୍ଜୁନ–୨୦୨୬’ ରଣପୁର ମହୋତ୍ସବ। ଆସନ୍ତା ଜାନୁୟାରୀ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏହି ମହାମେଳା ଆୟୋଜିତ ହେବ ବୋଲି ମହୋତ୍ସବ କମିଟି ସୂଚନା ଦେଇଛି।ସୋମବାର ସ୍ଥାନୀୟ ମା ମଣିନାଗ କଲ୍ୟାଣୀ ମଣ୍ଡପରେ ଏହି ମହୋତ୍ସବକୁ ସଫଳ କରିବା ନିମିତ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକଟି କମିଟିର ସଭାପତି, ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି  ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ସମ୍ପାଦକ  ସ୍ୱରାଜ ମହାନ୍ତିଙ୍କ ସହଯୋଗରେ କମିଟି ସଦସ୍ୟ, ସାମ୍ବାଦିକ, ଆଇନଜୀବୀ, ବୁଦ୍ଧିଜୀବୀ ଓ ଆଗ୍ରହୀ ଜନସାଧାରଣ ଉପସ୍ଥିତ ରହି ମହୋତ୍ସବର ସମସ୍ତ  ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବକୁ ଏ ବର୍ଷ ଆହୁରି…

Read More

ଛାତ୍ରଛାତ୍ରୀଙ୍କ ପ୍ରତିଭାର ପ୍ରତିଫଳନ: ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା, ବିଜ୍ଞାନର ମେଳାରେ ୧୩୬ ପ୍ରକଳ୍ପର ପ୍ରଦର୍ଶନ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପୂର୍ବାହ୍ନ ୧୦ଟା ସମୟରେ ୩୫ତମ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଭବ୍ୟ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଉପ-ନିର୍ଦ୍ଦେଶିକା ବିନିତା ସେନାପତି ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା, ଗୀତାଞ୍ଜଳି ସାହୁ, ସନ୍ଧ୍ୟାରାଣୀ ରାଉତ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ ଚନ୍ଦ୍ର ସାହୁ, ଜିଲ୍ଲା ଶିକ୍ଷା ସଂଯୋଜିକା କୃଷ୍ଣାରାଣୀ ମାଝୀ ଓ ନୟାଗଡ ବ୍ଲକ ଭାରପ୍ରାପ୍ତ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠି ପ୍ରମୁଖ ଯୋଗ ଦେଇଥିଲେ।ଲାଠିପଡା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା।…

Read More