୯୫ ବର୍ଷିୟ ମହିଳା ଶ୍ରୀଜଗନ୍ନାଥ ସଂଗ୍ରହାଳୟକୁ ୨୦୦ ବର୍ଷର ପୁରୁଣା ସାମଗ୍ରୀ ଦାନ କଲେ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ୍ ଅନ୍ତର୍ଗତ ମହିପୁର ଗାଁର ୯୫ ବର୍ଷିୟ ମହିଳା ସତ୍ୟଭାମା ସାହୁ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର, ଦୁର୍ଦ୍ଦୁରା ଅନୁଷ୍ଠାନକୁ ସ୍ବେଚ୍ଛାକୃତ ଭାବେ ବିଭିନ୍ନ ପୁରୁଣା ସାମଗ୍ରୀ ପ୍ରଦାନ କରିଛନ୍ତି। ଏଥିରେ ଦୁଇଶହ ବର୍ଷର ପୁରୁଣା ପାଟରା ବେତ ପେଡ଼ି ତାଙ୍କ ଯେଯେ ଶାଶୁ ଯୌତୁକରେ ଆଣିଥିଲେ, ସେ ସେହି ପେଡ଼ିକୁ ସାଇତି ରଖି ଆଜୀବନ ବ୍ୟବହାର କରି ଆସୁଥିଲେ। କେଉଁଦିନରୁ ପୁତୁରା ଧିରେନ୍ଦ୍ର କୁମାର ସାହୁ ସଂଗ୍ରହାଳୟକୁ ଦେବାକୁ ମନସ୍ଥ କରିଥିବା କଥା ଜଣାଇବା ପରେ ନିଜେ ସତ୍ୟଭାମା ତାଙ୍କର ସାଇତି ରଖିଥିବା ତାଲା ଚାବି ଥିବା ପୁରାତନ ଏହି ବେତ ତିଆରି ପାଟରା, ଓଜନ ମାପକ ୫୦କି.ଗ୍ରା ଦୁଇଟି, ବଡ଼ ସିନ୍ଧୁକ, କାଠ ନିର୍ମିତ ହାତ ପେଡି ଇତ୍ୟାଦିକୁ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରକୁ ଦାନ…

Read More