ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ସ୍ଥାପନ ନେଇ କ୍ରିୟାନୁଷ୍ଠାନ କମିଟି ଗଠନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ସଦର ମହକୁମାରେ ନୟାଗଡ ମେଡିକାଲ କଲେଜ ସ୍ଥାପନ ଦାବିକୁ ଅଧିକ କ୍ରିୟାଶୀଳ କରିବାପାଇଁ ନୟାଗଡ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ସ୍ଥାନୀୟ ନିଳମାଧବ କଲ୍ଯାଣ ମଣ୍ଡପ ଠାରେ ଆହୁତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ବସ୍ ଆସୋସିଏସନ ସଦସ୍ଯ, ବଣକସଂଘ ସଦସ୍ଯ , ରୋଟାରିଆନ, ଟ୍ରେଡ୍ ୟୁନିଅନ୍ ସଦସ୍ଯ, ସାମ୍ବାଦିକ ଏବଂ ବିଭିନ୍ନ ରାଜନୈତିକ ଦଳର ବ୍ଯକ୍ତିମାନେ ଯୋଗଦେଇଥିଲେ। ରାଜ୍ଯର ସବୁ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବାକୁ ସରକାର ଘୋଷଣା କରିଥିଲେ ମଧ୍ଯ ନୟାଗଡ ଜିଲ୍ଲାର ନାମ ଘୋଷଣା କରାଯାଇନଥିବାରୃ ଏହାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଏହାସହିତ ମେଡିକାଲ କଲେଜ ଚାନ୍ଦପୁରରେ କରିବାକୁ ବିଧାନସଭାରେ ଆଲୋଚନା ପରେ ନୟାଗଡ ଜିଲ୍ଲାର ୭ଟି ବ୍ଲକରେ ସାଧାରଣ…

Read More