ସରସ୍ବତୀ ଶିଶୁମନ୍ଦିର ମାଳିସାହିର ବାର୍ଷିକ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ମାଳିସାହି ସରସ୍ବତୀ ଶିଶୁମନ୍ଦିରର ତ୍ରୟୋବିଂଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ମନୋରଞ୍ଜନ ପଣ୍ଡା ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିଶୁମାନେ ଭବିଷ୍ୟତରେ ଭଲମଣିଷ ହୋଇ ସମୃଦ୍ଧ ଦେଶ ଗଠନରେ ସହାୟକ ହେବାକୁ ଅଭିଭାବକମାନେ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ମୁଖ୍ୟଅତିଥି ଭାବେ ନୟାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼ଃ. ଜ୍ୟୋତିରଞ୍ଜନ ସାମନ୍ତରାୟ, ମୁଖ୍ୟବକ୍ତାଭାବେ ବିଶିଷ୍ଟ ଶିକ୍ଷାବିତ୍ ଅଶୋକ କୁମାର ନାୟକ, ସମ୍ମାନିତ ଅତିଥିଭାବେ ଓଟିଭିର ଉପସ୍ଥାପକ ତଥା ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ଯୋଗଦେଇ ଶିଶୁମନ୍ଦିରର ଶିକ୍ଷାଦାନ ବ୍ୟବସ୍ଥା  ଶିଶୁର ସାମଗ୍ରିକ ବିକାଶରେ ସହାୟକ ବୋଲି ମତବ୍ୟକ୍ତ କରିବା ସହିତ ଶିଶୁମାନଙ୍କୁ ଯଥାସମ୍ଭବ ମୋବାଇଲ ଫୋନର ବ୍ୟବହାରରୁ ନିବୃତ୍ତ ରଖିବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ପରିଚାଳନା…

Read More