ନୟାଗଡ଼ ରୋଟାରୀ କ୍ଲବର ୩୬ତମ ପ୍ରତିଷ୍ଠା ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରୋଟାରୀ କ୍ଲବ ନୟାଗଡ଼ ତାର ୩୬ତମ ପ୍ରତିଷ୍ଠା ଦିବସ ପାଳନ କରିଛି ।  ରୋଟାରୀ କ୍ଲବ, ନୟାଗଡ଼ ୩୬ ବର୍ଷ ଧରି ସମାଜ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା, ସ୍ବଳ୍ପ ମୂଲ୍ୟରେ ଆମ୍ବୁଲାନ୍ସ ସେବା,  ନୟାଗଡ଼ ଡ଼ାକ୍ତରଖାନାରେ ଗରମ ପାଣିର ବ୍ୟବସ୍ଥା, ବୃକ୍ଷ ରୋପଣ, ରକ୍ତଦାନ ଶିବିର, ଚିକିତ୍ସା ଶିବିର, ମାଗଣା ଚଷମା ବଣ୍ଟନ, କୃତ୍ରିମ ଅଙ୍ଗ ପ୍ରତିରୋପଣ, ମାଗଣା ଶ୍ରବଣ ଯନ୍ତ୍ର ବଣ୍ଟନ ଇତ୍ୟାଦି ଅନେକ ସାମାଜିକ କାର୍ଯ୍ୟକ୍ରମରେ ସର୍ବଦା ଆଗରେ ରହିଛି ନୟାଗଡ଼ର ରୋଟାରୀ କ୍ଲବ୍। ଏହି ପ୍ରତିଷ୍ଠା ଦିବସରେ ରୋଟାରୀ କ୍ଲବ ଅନେକ କାର୍ଯ୍ୟକ୍ରମ କରିଥିଲା, ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବୃକ୍ଷରୋପଣ, ସମର୍ପଣ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ଚାଲିବାରେ ସହାୟକ ବାଡ଼ି ବଣ୍ଟନ ସହିତ “ଥିଲେ…

Read More