ନୟାଗଡ଼ ଜିଲ୍ଲାର ବରିଷ୍ଠ ଅଭିନେତା ସଚ୍ଚି ପଣ୍ଡାଙ୍କ ବିୟୋଗରେ ଶୋକସଭା

ଗଣିଆ,(ନୟାଗଡ଼ ଦର୍ପଣ): ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଧାରାବାହିକ, ଭଜନରେ ଅଭିନୟ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିଲେ ବରିଷ୍ଠ ଅଭିନେତା ସଚ୍ଚି ପଣ୍ଡା। ଚରିତ୍ର ଅଭିନୟରେ ନିଜର ପାରଦର୍ଶିତା ଦେଖାଇଥ‌ିବା ବ୍ୟକ୍ତି ଜଣକ ପ୍ରକୃତରେ ଜଣେ ଶାନ୍ତ, ସରଳ ହୃଦୟବାନ ମଣିଷ ରୂପେ ପରିଗଣିତ ଥିଲେ। ତାଙ୍କ ମୃତ୍ୟୁର ଗଣିଆରେ ଶୋକର ଛାୟା ଖେଳିଯାଇଛି। ଢୋଲମରା ବାସିନ୍ଦା ହୋଇଥିଲେ ମଧ୍ୟ ପାଠ ପଢା ଠାରୁ ଆରମ୍ଭ କରି କଳାକାର ଜୀବନ ସେ ଗଣିଆରେ ଅତିବାହିତ କରିଥିଲେ। ଗଣିଆର ପ୍ରତ୍ୟକ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଜଡିତଥିଲେ। ତାଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋକସଭାରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ତଥା ଅଭିନେତା ଗିରିଶ କୁମାର ମିଶ୍ର, ଗଣିଆ କଳାକାର ସଂଘର ଉପସଭାପତି ବିଜୟ କୁମାର ବେହେରା,…

Read More

ଅଣପଞ୍ଜିକୃତ ୱେବ ପୋର୍ଟାଲ ନାଁରେ ନୟାଗଡ଼ କଂଗ୍ରେସ ପକ୍ଷରୁ ଥାନାରେ ଏତଲା

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ପ୍ରଦେଶ କଂଗ୍ରେସ ନିଷ୍ପତି ଅନୁସାରେ ଫୋକସ ପ୍ଲସ ୱେବ ପୋର୍ଟାଲ ଅଣପଞ୍ଜିକୃତ ନିୟୁଜ ସଂସ୍ଥା ର ମାଲିକ ଶୁଭ୍ରାଂଶୁ ଶେଖର ରାଉତ ଏବଂ ତାଙ୍କର ଅନ୍ୟ ଚାରିଜଣ ସହଯୋଗୀ ପ୍ରାୟୋଜିତ ଭାବେ ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ସାଗର ଦାସ ଏବଂ କଂଗ୍ରେସ ଦଳ ବିରୁଦ୍ଧରେ ମନ୍ଦ ଉଦ୍ଦେଶ୍ୟ ରଖି ନୂଆପଡା ଉପନିର୍ବାଚନ ପ୍ରଚାର ସମୟରେ ସାଧାରଣରେ କଂଗ୍ରେସ ଦଳ ଭାବମୂର୍ତ୍ତି ପ୍ରଭାବିତ କରିବା ପାଇଁ ବ୍ୟକ୍ତିଗତ କୁତ୍ସାରଟନା କରୁଥିବାରୁ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସାଇବର ଥାନାରେ ଏତଲା ଦିଆଯିବା ପରିପ୍ରେକ୍ଷୀରେ ନୟାଗଡ଼ ଡିସିସି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସନ୍ଧ୍ୟାରେ ଟାଉନ ଥାନା ଆଇଆଇସି ଶ୍ରୀ…

Read More