ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୨୦୦୭ ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଠିତ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୨୦୦୭ ମସିହାର ୧୦ମ ଶ୍ରେଣୀ ବ୍ୟାଚ ଶିକ୍ଷାର୍ଥୀମାନଙ୍କ ବନ୍ଧୁ ମିଳନ ଅତ୍ୟନ୍ତ ଆନନ୍ଦମୟ ପରିବେଶରେ ମା ମଣିନାଗଙ୍କ ପରିସରରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ହୋଇଥିବା ପୂର୍ବତନ ଶିକ୍ଷାର୍ଥୀମାନେ ଦୀର୍ଘ ଦିନ ପରେ ଏକାଠି ହୋଇ ବିଗତ ଶିକ୍ଷାଦିନର ସ୍ମୃତିକୁ ତାଜା କରିଥିଲେ। ସେମାନେ ସେମାନଙ୍କ ଶିକ୍ଷକମାନଙ୍କ ପ୍ରତି ଆଭାର ପ୍ରକାଶ କରି, ବିଦ୍ୟାଳୟର ଉନ୍ନତି ନେଇ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ମୃତି ଆଲୋଚନା କରିବା ସହ ସମୁହ ଛବି ଉତ୍ତୋଳନ କରାଯାଇଥିଲା। ବନ୍ଧୁ ମିଳନର ଅନ୍ତରେ ସମସ୍ତେ ପୁନର୍ମିଳନ ଅନୁଷ୍ଠାନକୁ ପ୍ରତିବର୍ଷ କରିବା ପାଇଁ ସମ୍ମତି ଜଣାଇଲେ । ଆଗାମୀ ଦିନରେ ସମସ୍ତ ବନ୍ଧୁଙ୍କୁ ଏଥିରେ ସାମିଲ କରିବା ପାଇଁ ସ୍ଥିର କରାଯାଇଛି। ଏହି ଅବସର ମାଧ୍ୟମରେ ପୁରୁଣା…

Read More

ନୟାଗଡ଼ ଜିଲ୍ଲା ମାନବ ଅଧିକାର ରକ୍ଷକ ତରଫରୁ ଜିଲ୍ଲାସ୍ତରୀୟ ଆଲୋଚନା

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ମାନବ ଅଧିକାର ରକ୍ଷକ ତରଫରୁ ଏକ ଜିଲ୍ଲା ଓ ବ୍ଲକ ସ୍ତରୀୟ ଆୟୋଜନ ଜିଲ୍ଲା ମୁଖ୍ୟାଳୟରେ କରାଯାଇଥିଲା। ଏଥିରେ ରାଜ୍ଯ ମୁଖ୍ୟ ନିର୍ଦ୍ଦେଶକ ମୀନକେତନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଜିଲ୍ଲାର ସରକାରୀ ବେସରକାରୀ ଓ ବିଭିନ୍ନ ସ୍ତରରେ ଅବହେଳିତ ହୋଇଥିବା ଅସହାୟ, ନିରୀହ, ସରଳ, ନିଷ୍ପେସିତ ପୀଡିତ ଲୋକମାନେ ନିଜର ନ୍ୟାୟ ପାଇଁ ଦୀର୍ଘଦିନ ଧରି ଲଢେଇ ଜାରି ରଖି ମଧ୍ଯ କୌଣସି ସୁଫଳ ନପାଇ ବୟସର ଅପରାହ୍ନରେ ଜୀବନ ଅତିବାହିତ କରୁଛନ୍ତି। ସେମାନଙ୍କୁ କିଭଳି ମାନବ ଅଧିକାର ରକ୍ଷକ ଜରିଆରେ ନ୍ୟାୟ ମିଳିପାରିବ ସେ ବିଷୟରେ ଜିଲ୍ଲାର ବିଭିନ୍ନ ପଦବୀରେ ଥିବା କର୍ମଚାରୀଙ୍କୁ  ଉଦବୋଧନ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସଭାରେ ଜିଲ୍ଲା ସଭାପତି ସାରଦା ପ୍ରସନ୍ନ ଦାସ, ଉପସଭାପତି ଭବାନୀ ଶଙ୍କର ଦାସ, ପ୍ରଦୀପ…

Read More

ୟୁନିଟେକ ପବ୍ଲିକ ସ୍କୁଲରେ ଶିକ୍ଷା ଓ ବିଜ୍ଞାନମେଳା ଅନୁଷ୍ଠିତ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ସଦର ମହକୁମାସ୍ଥିତ ଯୁନିଟେକ ପବ୍ଲିକ ସ୍କୁଲରେ ଶିକ୍ଷା ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୫୯ ଜଣ ଛାତ୍ରଛାତ୍ରୀ ବିଜ୍ଞାନ, ଗଣିତ, ଇଂରାଜୀ, ସାମାଜିକ ବିଜ୍ଞାନ, ସଂସ୍କୃତ ଓ ହିନ୍ଦୀ ବିଷୟରେ ନିଜ ନିଜ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ନୟାଗଡ ଜିଲ୍ଲାରେ ପ୍ରଥମ ଥର ପାଇଁ ସମସ୍ତ ପାଠ୍ୟ ବିଷୟରେ ଏଭଳି ଏକ ଶିକ୍ଷା ପ୍ରଦର୍ଶନୀ  ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ବନଲତା ବେହେରା ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ସହିତ ପ୍ରଦର୍ଶନୀକୁ ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କର ପ୍ରୟାସ ଓ ନୂତନ ଚିନ୍ତାଧାରାକୁ ଉଚ୍ଚ ପ୍ରଶଂସା କରି ସେମାନଙ୍କୁ ଆଗାମୀ ଦିନରେ ଆହୁରି ଉନ୍ନତି କରିବା ପାଇଁ ଉତ୍ସାହିତ କରିଥିଲେ। ବିଭିନ୍ନ ବିଷୟର ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କାର୍ଯ୍ୟରେ…

Read More

ନୟାଗଡ଼ ଜିଲ୍ଲା ସ୍ତରୀୟ “ଭାରତକୁ ଜାଣ” ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତର ସମୃଦ୍ଧ ପ୍ରବୃଦ୍ଧ ବର୍ଗର ବ୍ୟକ୍ତିମାନଙ୍କୁ ଏକତ୍ରିତ କରି ସମାଜର ବଞ୍ଚିତ ବର୍ଗର ସେବା କରିବା ସାଙ୍ଗକୁ ଉତ୍ତର ପିଢ଼ିକୁ ସୁସଂସ୍କାରିତ କରି ଗଢିତୋଳିବା ସହିତ ଭାରତର ସର୍ବାଙ୍ଗୀନ ବିକାଶ କରି ଏକ ସୁସ୍ଥ ସମର୍ଥ ସଂସ୍କାରିତ ଭାରତ ଗଠନ ଲକ୍ଷ୍ୟରେ କାର୍ଯ୍ୟକରୁଥିବା ରାଷ୍ଟ୍ରବାଦୀ ସଂଗଠନ ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ନୟାଗଡ଼ ଏନଏସି ହାଇସ୍କୁଲ ସଭାକକ୍ଷରେ ‘ଭାରତକୁ ଜାଣ’ ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଶ୍ରବଣ କୁମାରର ପିତାମାତା ଭକ୍ତି, ବାଜି ରାଉତର ଦେଶଭକ୍ତି ,ବୀର ସଭରକରଙ୍କ ଦେଶପ୍ରେମ ଜାଗରଣ କରିବା ସହିତ ଭାରତର ଐତିହ୍ୟ ପରମ୍ପରା ସଂସ୍କୃତି ବିଷୟରେ ପରିଚିତ କରିବା ପାଇଁ ପ୍ରତିବର୍ଷ ଏହି ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଶାଖା ସ୍ତରରୁ ଆରମ୍ଭ ହୋଇ କେନ୍ଦ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥାଏ। ଆଜି…

Read More

ନାଟ୍ୟକାର ରାମଚନ୍ଦ୍ରଙ୍କର ଜନ୍ମ ଦିବସରେ ଶ୍ରଦ୍ଧାଞ୍ଜଳି

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ନାଟ୍ୟଜଗତର ମୂର୍ଦ୍ଧନ୍ୟ କାଣ୍ଡାରି, ଯୋଗଜନ୍ମା ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୦୬ ତମ ଜନ୍ମଦିବସ ଅବସରରେ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ପରିସରରେ ଥିବା ନାଟ୍ୟରଥୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସାହିତ୍ୟିକ ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଟ୍ୟନିର୍ଦେଶକ ଭଗବତୀ ଚରଣ ପଟ୍ଟନାୟକ, ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ, ସିଭିଲ ସୋସାଇଟିର ପ୍ରମୁଖ ଗୋଦାବରୀଶ ସାହୁ, ପୂଜ୍ୟପୂଜା ସମିତିର ପ୍ରମୁଖ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଗଣମାଧ୍ୟମ ପ୍ରମୁଖ ରାମକୃଷ୍ଣ ରଥ, ଶ୍ରୀକାନ୍ତ ଖଟେଇ, ଶିକ୍ଷାବିତ ବିଜୟ କୁମାର ରଥ, ସୌଦାମିନୀ ସ୍ଵାଇଁ, ଡ. ନୀଳିମା ନନ୍ଦ, ନିରଞ୍ଜନ ମିଶ୍ର, ସମାଜସେବୀ ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ପୁଷ୍ପାଞ୍ଜଳି ପୂର୍ବକ ଯୁଗଜୟୀ ନାଟ୍ୟରଥୀଙ୍କ ନାଟକ ଭାଇ ଭାଉଜ, କିସ ପୁଣି ଦେଖା ନ ଯାଏ, ନରୋତ୍ତମ…

Read More