ଶିକ୍ଷକ ଆନ୍ଦୋଳନର ପ୍ରମୁଖ ନେତା ତଥା ଦକ୍ଷ ଶିକ୍ଷା ସଙ୍ଗଠକ ଅଲେଖ ବେହେରାଙ୍କୁ ବିପୁଳ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ସଭାକକ୍ଷରେ ପ୍ରାକ୍ତନ ଶିକ୍ଷକ, ଶିକ୍ଷକ ଆନ୍ଦୋଳନର ପ୍ରମୁଖ ନେତା ତଥା ଦକ୍ଷ ଶିକ୍ଷା ସଙ୍ଗଠକ ଅଲେଖ ବେହେରାଙ୍କୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିପୁଳ ଉତ୍ସାହ ଉଦ୍ଦୀପନା ସହିତ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ଷୀୟାନ ଶିକ୍ଷକ ଲିଙ୍ଗରାଜ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ପରିଚାଳନା କରିଥିଲେ ପ୍ରାକ୍ତନ ଛାତ୍ର ବିଶ୍ଵନାଥ ମହାପାତ୍ର। ଅଧ୍ୟାପିକା ନୀଳିମା ନନ୍ଦ ସର୍ବପ୍ରଥମେ ଗୁରୁବନ୍ଦନା ପାଠ କଲାପରେ ଗୁରୁଜୀଙ୍କ ଶତାଧିକ ପୁରାତନ ଛାତ୍ରଛାତ୍ରୀ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ ପୂର୍ବକ ଗୁରୁ ପ୍ରଣାମ କରିଥିଲେ। ଅତିଥିଭାବେ ଯୋଗ ଦେଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓ ଦଶପଲ୍ଲାର ବିଧାୟକ ରମେଶ ଚନ୍ଦ୍ର ବେହେରା ଗୁରୁ ଶିଷ୍ୟ ସମ୍ପର୍କର ପବିତ୍ର ବନ୍ଧନ, ଗୁରୁ ପୂଜନର ମହନୀୟ ପରମ୍ପରା ଓ…

Read More

ନଗର ବିଜେଡି ସଭାପତିଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା, ଅମୁଲ୍ୟ ନୟାଗଡ଼ ପାଇଁ ଅମୁଲ୍ୟ ଥିଲେ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ନଗର ବିଜେଡି ସଭାପତି ଅମୁଲ୍ୟ ମହାନ୍ତିଙ୍କ ପରଲୋକରେ ଆଜି ବ୍ଲକ ସଭାଗୃହଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପ୍ରତାପ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ପ୍ରମୂଖ ଯୋଗ ଦେଇଥିଲେ । ଏହି ସଭାରେ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇ ଅମୁଲ୍ୟ ମହାନ୍ତି ନୟାଗଡ଼ ପାଇଁ ଅମୁଲ୍ୟ ଥିଲେ ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ମହାନ୍ତିଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାରେ ହୋଇଥିଲେ ବି ସେ ନିଜକୁ ସର୍ବଦା ନୟାଗଡ଼ିଆ ବୋଲି…

Read More

ମରାମତି ହେଉନି ଭଙ୍ଗା ଗେଟ, ଗାଈଗୋରୁଙ୍କ ଆଡ଼ାସ୍ଥଳୀ ପାଲଟିଛି ନୟାଗଡ଼ ରେଳଷ୍ଟେସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରକ୍ଷଣା ବେକ୍ଷଣ ଅଭାବ ତଥା ରେଳ ବିଭାଗର ପରିଚାଳନା ଗତ ତ୍ରୁଟି ପାଇଁ ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବେ ବୁଲା ଗାଈଗୋରୁଙ୍କ ଆଡାସ୍ଥଳୀ ପାଲଟିଛି। ସେହିପରି  ସଫେଇ କାର୍ଯ୍ୟ ଠିକ ଭାବରେ ହେଉ ନଥିବାରୁ ଷ୍ଟେସନ ପରିସର ମଧ୍ୟରେ ଅଳିଆ ଆବର୍ଜନା କୁଢ଼ କୁଢ଼ ହୋଇ ଜମା ହେବା ସହିତ ବିଭିନ୍ନ ଅନାବନା ଗଛଲତା ଷ୍ଟେସନ ଚତୁର୍ପାଶ୍ୱରେ ଉଠି ଲଟାବୁଦାରେ ପରିପୂର୍ଣ୍ଣ ହେବାରେ ଲାଗିଛି। ବର୍ଷା ଦିନେ ଏହି ଲଟାବୁଦା ମଧ୍ୟରୁ ସାପ ବିଛା ଆଦି ସରୀସୃପ ଜାତୀୟ ଜୀବଜନ୍ତୁ ବାହାରି ଯାତ୍ରୀମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏଠାରେ କେହି ସ୍ଥାୟୀ ସଫେଇ କର୍ମଚାରୀ ନଥିବାରୁ ଏପରି ପରିବେଶ ସୃଷ୍ଟି ହେଉଥିବା ଜାଣିବାକୁ ମିଳିଛି।ରେଳ ବିଭାଗ ପକ୍ଷରୁ ଷ୍ଟେସନ ପରିମଳ ଏବଂ ସଫେଇ ବାବଦକୁ ମାସିକ ମାତ୍ର ୮ହଜାର ଟଙ୍କା ଅନୁଦାନ…

Read More

ଜିଲ୍ଲାସ୍ତରୀୟ ଦୁଇ ଦିନିଆ କର୍ମଶାଳା “ଚାଲ ସୁରକ୍ଷା ଲାଗି କଥା ହେବା” ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଅନୁସୂଚିତ ଜାତି ଓ ଅନୂସୁଚିତ ଜନଜାତି ଉନ୍ନୟନ ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ହଷ୍ଟେଲର ସୁପରିଚାଳନା ସହ ଅନ୍ତେବାସୀ ଓ ଅନ୍ତବାସିିନୀଙ୍କ ସୁରକ୍ଷା ଓ ଶିକ୍ଷା ଲାଗି ପ୍ରଧାନ ଶିକ୍ଷକ ତଥା ହଷ୍ଟେଲ ପରିଚାଳକଙ୍କ ନୟାଗଡ଼ ଜିଲ୍ଲାସ୍ତରୀୟ ଦୁଇ ଦିନିଆ କର୍ମଶାଳା “ ଚାଲ ସୁରକ୍ଷା ଲାଗି କଥା ହେବା” ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ତପସ୍ଵିନୀ ହାଁସଦା ଶୁଭାରମ୍ଭ କରିଥିଲେ। ନୟାଗଡ ଜିଲ୍ଲାର ସମସ୍ତ ବ୍ଲକର ମଂଗଳ ସଂପ୍ରସାରଣ ଅଧିକାରୀ, ୩୯ ଗୋଟି ହଷ୍ଟେଲର ପ୍ରଧାନ ଶିକ୍ଷକ ତଥା ପରିଚାଳକମାନେ ଯୋଗ ଦେଇଥିଲେ। ଦୁଷ୍ମନ୍ତ ପୃଷ୍ଟି, ଅତିରିକ୍ତ ଜିଲ୍ଲା ମଂଙ୍ଗଳ ଅଧିକାରୀ ସଦର ଏବଂ ମହମ୍ମଦ ଅର୍ସଦ ଅନସାରୀ, ଜିଲ୍ଲା ଶିଶୁ ଅଧିକାରୀ, ନୟାଗଡ଼, ଅମିୟବାଳା ପଟ୍ଟନାୟକ ଫ୍ରିଲନ୍ସର ଭୁବନେଶ୍ଵର,…

Read More

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀଙ୍କୁ ସମ୍ବର୍ଦ୍ଧିତକଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭୁବନେଶ୍ଵର ଲୋକସେବା ସଦନ ଗୃହଠାରେ ଗୀତାଞ୍ଜଳୀ ସାହୁ ବ୍ଲକ୍ ଶିକ୍ଷା ଅଧିକାରୀ ଓଡଗାଁ ପାଇଁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ । ଏହା ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ଦ୍ୱାରା ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷା ସଚିବ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସେ ନୟାଗଡ ଜିଲ୍ଲା ପାଇଁ ଶିକ୍ଷା କ୍ଷେତ୍ରର ଗୌରବ ଆଣିଛନ୍ତି। ସେ ବର୍ତ୍ତମାନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ମହଲରୁ ଶୁଭେଚ୍ଛା ଅଭିନନ୍ଦନର ସୁଅ ଛୁଟିଛି।

Read More

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ସମାରୋହ

ନୟାଗଡ଼, (ନୟାଗଡ଼ ଦର୍ପଣ): ଗୁରୁଦିବସ ଅବସରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ମୁଖ୍ୟଅତିଥିଭାବରେ ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ, ବନଲତା ବେହେରା , ଡିଆଇଟିର ଅଧକ୍ଷ ଶ୍ରୀ ଯୁକ୍ତ  ବିଜୟ କୁମାର ତ୍ରିପାଠୀ ଏବଂ ଆଠ ଗୋଟି ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଉପସ୍ଥିତ ରହି ସମ୍ବର୍ଦ୍ଧିତ ପ୍ରତିଭୂମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ସମାଜରେ ଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କର ପଥ ପ୍ରଦର୍ଶକ ହେବେ ହେବା ପାଇଁ ଉପଦେଶ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଗୁରୁ ହିଁ ଆମ ସଂସ୍କୃତିର ଉର୍ଜା ବୋଲି ଅଭିଭାଷଣ ଦେଉଥିଲେ। ସ୍ବାଗତ ଅଭିଭାଷଣରେ ଆମରେ ଅତିରିକ୍ତ ଜିଲ୍ଲା ଶିକ୍ଷା…

Read More

ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଭକ୍ତିପୂତ ପ୍ରଣାମ’ କାର୍ଯ୍ୟକ୍ରମ, ସମାଜ ସଚେତନତା ପାଇଁ ଆହ୍ୱାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦରବ୍ଲକ ଓ ନଗରପାଳିକା ଆନୁକୁଲ୍ୟରେ ଆଜି ଅବସରପ୍ରାପ୍ତ ଶିକ୍ଷକଙ୍କୁ ଭକ୍ତିପୂତ ପ୍ରଣାମ କାର୍ଯ୍ୟକ୍ରମ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬ଶହରୁ ଉର୍ଦ୍ଧ୍ୱ ଅବସରପ୍ରାପ୍ତ ଶିକ୍ଷକ ଓ ଅବସରପ୍ରାପ୍ତ ଅଧ୍ୟାପକ ଯୋଗ ଦେଇଥିଲେ । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଏବଂ ଅନେକ ନିର୍ବାଚିତ ଜନପ୍ରତିନିଧି ଗୁରୁମାନଙ୍କୁ ଉତ୍ତରୀୟ ଫୁଲ, ଚନ୍ଦନ ଦେଇ ସମ୍ବର୍ନ୍ଧିତ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ପୈାର ପରିଷଦ ଉପାଧ୍ୟକ୍ଷ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥିଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଅନନ୍ୟ ବୋଲି…

Read More

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଗୁରୁ ଦିବସ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଗୁରୁ ଦିବସ ଉତ୍ସବ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ହରେକୃଷ୍ଣ ମୁଦୁଲି, କୃପାସିନ୍ଧୁ କରଣ, ଭଗବାନ ସାହୁ, ଉମା ଚରଣ ତ୍ରିପାଠୀ ଉପସ୍ଥିତ ଥିଲେ। ମୁଖ୍ୟଅତିଥିଭାବେ ଅବସରପ୍ରାପ୍ତ ନୟାଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ ଶିଶୁମାନଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଶିଶୁମାନଙ୍କୁ ଗୁରୁ ଶିଷ୍ୟ ପାଠ୍ୟକ୍ରମ ସହ ସମ୍ପର୍କକୁ ନେଇ କହିଥିଲେ ତିନିହେଁ ତ୍ରିଭୁଜର ଶୀର୍ଷ ବିନ୍ଦୁ ଅଟନ୍ତି । ଗୁରୁ ଶିଷ୍ୟ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ଦେଶ ମାତୃକାର ମଙ୍ଗଳ କାମନା ରଖିବା ଉଚିତ୍ ବୋଲି ଆହ୍ବାନ କରିଥିଲେ। ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗୁରୁପୂଜନ କାର୍ଯ୍ୟକ୍ରମକୁ ମହାଆଡମ୍ବରରେ ପାଳନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ…

Read More

ନୟାଗଡ଼ ରୋଟାରୀ କ୍ଳବ୍ ପକ୍ଷରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଗୁରୁଦିବସ ମହାସମାରୋହରେ ପାଳନ ହୋଇଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ରୋଟାରୀ କ୍ଳବ୍ ନୟାଗଡ଼ର ସଭାପତି ବସିରନ୍ ବିବି ସଭାରେ ସଭାପତିତ୍ୱ କରିଥିଲେ। ଏହି ଗୁରୁ ପୂଜନ ସମାରୋହରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ସଭାମଞ୍ଚରେ ସ୍ଥାପିତ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପଦୀପ ପ୍ରଦାନ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ନିଆରା ଢଙ୍ଗରେ ଗୁରୁ ପୂଜନ ଦେଖି ମୁଖ୍ଯ ଅତିଥି ବିମୋହିତ ହୋଇଥିଲେ। ଏବଂ ଶିଷ୍ଯମାନଙ୍କର ସଫଳତା ହେଉଛି ଗୁରୁଙ୍କ ପରିଚୟ ବୋଲି କହିଥିଲେ। ଛାତ୍ରଛାତ୍ରୀ ମାନେ ଗୋଟିଏ ଗୋଟିଏ ଥାଳିରେ…

Read More

ପିତାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରି ପ୍ରଂଶସା ସାଉଁଟିଲେ ଝିଅ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଦୀର୍ଘ ୫ବର୍ଷ ପରେ ନନ୍ଦିଘୋରରେ ଜୟ ଜଗନ୍ନାଥ ଚୁଡା ମିଲର ନବୀକରଣ ସହିତ ଆଜି ଶୁଭ ଉଦଘାଟନ ହୋଇଯାଇଛି। ୩ ଏକର ପରିମିତ ଜାଗାରେ ନିର୍ମିତ ଏହି ମିଲରେ ଦିନକୁ ୨୦୦ ବସ୍ତା ଧାନ ପେଡା ଯାଇ ଚୁଡା ଉତ୍ପାଦନ ହେବ ବୋଲି ଜଣାପଡିଛି। ପ୍ରୋପାଇଟର ଆଦ୍ୟାଶା ପ୍ରିୟଦର୍ଶିନୀଙ୍କ କରକମଳରେ ଏହା ଉଦଘାଟିତ ହୋଇଛି। ମୁଖ୍ୟ ଭାବେ ଜଗନ୍ନାଥ ସାହୁ ସମସ୍ତକାର୍ଯ୍ୟ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ଏହି ମିଲର ମାଲିକ ୨୦୨୦ ମସିହା ଜାନୁଆରୀ ମାସରେ କାର୍ ଦୁର୍ଘଟଣାରେ ସ୍ତ୍ରୀ ଓ ପୁଅ ସହିତ ପ୍ରାଣହରାଇ ଥିଲେ। ତାଙ୍କର ଯିବିତ ଏକମାତ୍ର ଝିଅ ଆଦ୍ୟାଶା ଆଜି ନିଜ ମିଲ ଚଳାଇବାକୁ ସାହସ କରିଛନ୍ତି। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିଥିବାରୁ ଏଥିପାଇଁ ଝିଅ ଅଦ୍ୟାଶାଙ୍କୁ ସବୁମହଲରୁ ପ୍ରସଂଶାର ସୁଅ ଛୁଟିଛି। ନୂତନ ବ୍ୟବସାୟକୁ…

Read More