ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଦଳୀବନ୍ଧରେ ଆଜି “ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ରେ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲର ତହସିଲଦାର ତଥା ଦଣ୍ଡାଧିକାରୀ ଡ.ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଭାବରେ,ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକ, ରଘୁନାଥ ସମବାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ସାହୁ,ପୂର୍ବତନ ସରପଞ୍ଚ ତଥା ଖେଳମଣିଷ ଦିବାକର ନାୟକ,ପ୍ରକୃତିବନ୍ଧୁ ପଞାନନ ପଣ୍ଡା,ବିଜ୍ଞାପିତ ଅଞ୍ଚଳ ପରିଷଦ ର କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ସାହୁ,ବନରକ୍ଷୀ ସୌମ୍ୟରଂଜନ ଦଳେଇ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ, ଯଶୋବନ୍ତ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ସାରସ କୁମାର ମିଶ୍ର, ରାମକୃଷ୍ଣ ସାହୁ,ଗଣେଶ୍ୱର ସାହୁ,ଫକିର ମହାରଣା,ସମସ୍ତ ଛାତ୍ରାଭିଭାବକ,ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ବିଦ୍ୟାଳୟ ହତାମଧ୍ୟରେ ଆମ୍ବ,ନଡ଼ିଆ,ପିଜୁଳି,ଚମ୍ପା, ବଉଳ,ଅମୃତଭଣ୍ଡା,ସଜନା, ଜାମୁ, କରମଙ୍ଗା,ଅଶୋକ,କଦଳୀ ଇତ୍ୟାଦି ବିଭିନ୍ନ…
Read More