ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ରାଜସ୍ଵ ଅମଲା ସଂଘ ନୟାଗଡ ଜିଲ୍ଲା ଶାଖାର କର୍ମକର୍ତା ସଂଘର ୧୦ ଦଫା ଦାବି ନେଇ ଆଜିଠାରୁ କଳାବ୍ୟାଚ୍ ପିନ୍ଧି ସରକାରୀ କାର୍ଯ୍ୟ କରୁଛନ୍ତି । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ କରି କାର୍ଯ୍ୟ କରିବେ । ତଥାପି ଯଦି ଦାବୀ ଗୁଡିକ ପୂରଣ କରିବାରେ ରାଜ୍ୟସରକାର ଅବେହେଳା କରନ୍ତି ତେବେ ଆସନ୍ତା ଜୁଲାଇ ୧୪ରୁ ସଂମ୍ପୂର୍ଣ୍ଣ ଭାବରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓଡିଶା ରାଜସ ଅମଲା ସଂଘର ନୟାଗଡ଼ ଜିଲ୍ଲା ଶାଖାର ସଭାପତି ରୋଶନୀ ରାଣୀ ଦେବୀ କହିଛନ୍ତି।ସୂଚନା ମୁତାବକ, ଅମଲା ସଙ୍ଘର ୧୦ଦଫା ଦାବି ମଧ୍ୟରୁ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ ଅମଲାଙ୍କ ମୂଳ ଦରମା ଓ.ଆର୍.ଏସ୍.ପି-୨୦୧୭ ନିୟମ ଅନୁଯାୟୀ ଲେବଲ୍ ୯କୁ ବୃଦ୍ଧି। ଜିଲ୍ଲାରେ ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ, ରାଜ୍ୟରେ…
Read More