ଓଡଗାଁ ଏନଏସି ନିର୍ବାଚନ ୱାର୍ଡ ସଂରକ୍ଷଣରେ ପଛୁଆବର୍ଗ ଜାତିକୁ ଅଣଦେଖା କରାଯାଇଥିବା କହିଲା କଂଗ୍ରେସ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ବହୁ ପ୍ରତିକ୍ଷୀତ ଓଡଗାଁ ଏନଏସି ନିର୍ବାଚନ ପାଇଁ କରାଯାଇ ଥିବା ପ୍ରସ୍ତାବିତ ୱାର୍ଡ ସଂରକ୍ଷଣ ତାଲିକାରେ ପଛୁଆବର୍ଗ ଜାତି ସମୂହଙ୍କୁ ଅଣଦେଖା କରାଯିବା ନୟାଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଥିବା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି। ଜିଲ୍ଲପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଗତ ୧୯ ମେ ପ୍ରକାଶିତ ଆସନ ସଂରକ୍ଷଣ ତାଲିକାରେ ପାଛୁବର୍ଗଙ୍କ ପାଇଁ ଆସନ ସଂରକ୍ଷିତ ଥିବାବେଳେ ଗତ ୫ ଜୁନରେ ସଂଶୋଧିତ ସଂରକ୍ଷଣ ତାଲିକାରେ ୨୦୨୨ ଓଡିଶା ସଂଶୋଧିତ ପୌର ଆଇନ ଆଳ ଦେଖାଇ ପଛୁଆବର୍ଗଙ୍କୁ ଆସନ ସଂରକ୍ଷଣ ତାଲିକାରୁ ବାଦ ଦେଇ ସେମାନଙ୍କର ରାଜନୈତିକ ଅଧିକାର କ୍ଷୁର୍ଣ୍ଣ କରାଯାଇଛି ବୋଲି କଂଗ୍ରେସ ନେତା କହିଛନ୍ତି। ଜାତୀୟ ସ୍ତର ଚାକିରୀ କ୍ଷେତ୍ରରେରେ ପଛୁଆବର୍ଗଙ୍କୁ ୨୭ପ୍ରତିଶତ ଏବଂ ଓଡିଶା ରାଜ୍ୟରେ ୧୧.୫ପ୍ରତିଶତ ସଂରକ୍ଷଣ ଭଳି ସାମ୍ବିଧାନିକ ଅଧିକାର…

Read More

ଶନିଶ୍ଚରଦେବଙ୍କ ବାର୍ଷିକ ଉତ୍ସବ ଓ ନବଗ୍ରହ ବିଗ୍ରହଙ୍କ ପ୍ରତିଷ୍ଠା ଉତ୍ସବ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ନୂଆସାହି ଠାରେ ବିରାଜିତ ଶ୍ରୀ ଶ୍ରୀ ଶନିଶ୍ଚରଦେବଙ୍କ ବାର୍ଷିକ ଉତ୍ସବ ଓ ନବଗ୍ରହ ବିଗ୍ରହ ମାନଙ୍କ ପ୍ରତିଷ୍ଠା ଉତ୍ସବ ରବିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପ୍ରାତଃ ସମୟରେ ନିକଟବର୍ତ୍ତୀ ରାଜବନ୍ଧ ପୋଖରୀରୁ ନୈଷ୍ଠିକ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ବାରା ବୈଦିକ ରୀତିନୀତି ଅନୁଯାୟୀ ହୋମ କରିବା ପରେ ୧୦୮ ପବିତ୍ର ଜଳପୂର୍ଣ୍ଣ ଘଟ ଧରି ମହାଆଡମ୍ବରରେ ଗ୍ରାମ ପରିକ୍ରମା କରିବା ପରେ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ପରେ ପରେ ସୂର୍ଯ୍ୟ ପୂଜା, ଗୁରୁ ପୂଜା, ଗୋ ପୂଜା, ମହାସ୍ନାନ, ନବଗ୍ରହଙ୍କ ଷୋଡ଼ଶ ଉପଚାର ପୂଜା, ହବନ, ଆଳତି, ସପ୍ତଚଣ୍ଡୀ ଆହୁତି ଓ ଗୀତାପାଠ କରାଯାଇଥିଲା। ଅନ୍ୟପକ୍ଷରେ ନବଗ୍ରହ ବିଗ୍ରହ ମାନଙ୍କ ପ୍ରତିଷ୍ଠା ଉତ୍ସବ ଓ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଶନିଶ୍ଚର ମନ୍ଦିରର ପରିଚାଳନା କମିଟିର ସଭାପତି…

Read More

ପିତ୍ତଳରେ ଝଲସିବ ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମୁଖ୍ୟ ଦ୍ୱାର କବାଟ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଇଷ୍ଟ ତଥା ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମୁଖ୍ୟ ଦ୍ୱାର ପିତ୍ତଳରେ ଝଲସିବ। ବହୁ ବର୍ଷର ଅପେକ୍ଷା ପରେ ଆଜି ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟିର ନବ ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାରିଣୀ ବୈଠକ ମନ୍ଦିର ସଭାଗୃହରେ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପିତ୍ତଳ କବାଟର ନିର୍ମାଣ ନିମନ୍ତେ ପ୍ରାୟ ୧୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ ସମସ୍ତ ଅର୍ଥ ଭକ୍ତମାନେ ଦାନ ଅର୍ଥରେ ପ୍ରଦାନ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଏତଦ ବ୍ୟତୀତ ମନ୍ଦିର ଆୟ ବୃଦ୍ଧି, ଆଗାମୀ ପଣାଯାତ୍ରା, ମନ୍ଦିର ନୀତିକାନ୍ତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସର୍ବ ସମ୍ମତି କ୍ରମେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ କିଷାନ କୁମାର ଦାସ, ଉପସଭାପତି ଦାଶରଥି…

Read More