ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ଦ୍ବାରା ଏକ ପ୍ରସ୍ତୁତି ବୈଠକ ଆହ୍ବାନ କରାଯାଇଥିଲା । ଏଥିରେ ପ୍ରତ୍ୟେକ ବ୍ଲକ ଓ ଏନ.ଏ.ସି. ଅଂଚଳର ଅଧିକାରୀ, ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀର ସଭାପତି ଓ ସଂପାଦକ, ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ବେଚ୍ଛାସେବୀ ସଂଗଠନ ଓ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ । ଏହି ସଭାରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ  ତପତିରାଜ୍ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ପୁଷ୍ପା ନୀଳିମା ଲାକ୍ରା, ଅଗ୍ନିଶମ ଅଧିକାରୀ ପ୍ରସନଜିତ୍ ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ରଥ ଅଂଶ ଗ୍ରହଣ କରି ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏହା ବିଷୟରେ ବୁଝାଇଥିଲେ । ମୁଖ୍ୟତଃ ଏହି କାର୍ଯ୍ୟକ୍ରମ Table Top exerciseକୁ ଆସନ୍ତା ତା.୧୮.୦୬.୨୦୨୫ରିଖ ଦିନ ସମସ୍ତ ବ୍ଲକ, ଏନ.ଏ.ସି. ତଥା ଜିଲ୍ଲାସ୍ତରରେ…

Read More

ନୟାଗଡ଼ଜିଲ୍ଲାର ସମସ୍ତ ସରପଞ୍ଚଙ୍କୁ ନେଇ ଏକ ଦିବସୀୟ ସରପଞ୍ଚ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଏକ ଦିବସୀୟ ସରପଞ୍ଚ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟଙ୍କୁ ପଞ୍ଚାୟତ ଆଡଭାନସ ଇଣ୍ଡେକ୍ସ, ପଞ୍ଚାୟତର ୱସୁପରିଚାଳନା ଉପରେ ତାଲିମ ଦିଆଯାଇଥିଲା । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗବେଷକ ବ୍ୟକ୍ତିତ୍ୱ ଏବଂ ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମାଛକୁଣ୍ଡ, ଆସିଷ୍ଟଣ୍ଡ ଡାଇରେକ୍ଟର ସନ୍ତୋଷ କୁମାର ପାତ୍ର, ମୋଟେଭେସନାଲ ସ୍ପିକର ଏ.କେ ମଙ୍ଗରାଜ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ କୁମାର ତ୍ରିପାଠୀ, ଜିଲ୍ଲା ମୁଖ୍ୟ…

Read More