ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ,ଇଟାମାଟି ଠାରେ ନୟାଗଡ଼ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର ‘ନିଷ୍ଠା’ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚ ଦିନ ଧରି ଚାଲୁଥିବା ଏହି ପ୍ରଶିକ୍ଷଣ ଶିବିର ରେ ବିଭିନ୍ନ ବିଦ୍ୟାଳୟରୁ ୫୬ଜଣ ଶିକ୍ଷକ-ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ। ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ନୟାଗଡ଼, ଧନେଶ୍ୱର ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଳ ଶିକ୍ଷକ ଭାବେ ପବିତ୍ର ସ୍ୱାଇଁ, ବୀରେନ୍ଦ୍ର କୁମାର ସ୍ବାଇଁ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ,ପ୍ରଣତୀ ମହାପାତ୍ର ଓ ଝିଲିମିଲି ସାହୁ ପ୍ରମୁଖ ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ସାର୍ବଜନୀନ ଶିକ୍ଷଣ ଢାଞ୍ଚାର ବ୍ୟବହାର କରି ଏକ ଅନ୍ତର୍ନିବେଶୀ ଶ୍ରେଣୀକକ୍ଷରେ ସମତାପୂର୍ଣ୍ଣ ଶିକ୍ଷଣ କାର୍ଯ୍ୟ ସମ୍ପାଦନା କରିବା, ଭିନ୍ନତା ମଧ୍ୟରେ ଏକତା ତାହା ସମସ୍ତ ଶିକ୍ଷକ- ଶିକ୍ଷିକାମାନେ ଅନୁଭବ କରିବା ସହ ଛାତ୍ରଛାତ୍ରୀଙ୍କୁ ସାଦରେ…
Read More