ଓଡଗାଁ, (ନୟାଗଡ଼ ଦର୍ପଣ): ଶନିବାର ଭଳି ଆଜିର ଦିନକୁ କିଛି ନିଆରା ଢଙ୍ଗରେ ପାଳିବା ପାଇଁ ନୟାଗଡ଼ ଜିଲ୍ଲା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ସହଯୋଗରେ ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ମାଦକ ଦ୍ରବ୍ୟ ସହିତ ମୋବାଇଲକୁ ନିଶାମୁକ୍ତ ଭାବେ ପାଳନ କଲେ। ନୟାଗଡ଼ ଜିଲ୍ଲା ଓ ରୋହିବାଙ୍କ ଶାଖା ତରଫରୁ ବ୍ରହ୍ମା କୁମାରୀ କଳ୍ପନା ଭଉଣୀ, ମିନି ଭଉଣୀ, ଶାନ୍ତି ଭଉଣୀ, ବ୍ରହ୍ମା କୁମାର ମନୋରଞ୍ଜନ ଭାଈ, ଅଖିଳ ଭାଈଙ୍କ ସମେତ ୧୨ ଜଣ ନିଶା ମୁକ୍ତ ଭାରତ ଅଭିଯାନ ରଥ ସହିତ ବିଦ୍ୟାଳୟରେ ଆସି ଯୋଗଦେଇଥିଲେ। ରଥରେ ଖଚିତ LCD ଦ୍ଵାରା ବିଭିନ୍ନ ମାଦକ ଦ୍ରବ୍ୟର ବ୍ୟବହାରର କୁପରିଣାମ ଓ ମାରାତ୍ମକ ରୋଗ କ୍ୟାନସରର କାରଣ, ପାରିବାରିକ ଅଶାନ୍ତି, କଳହ, ମୃତ୍ୟୁ ଆଦି କାର୍ଯ୍ୟ କାରଣ…
Read More