ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ପୌର ପରିଷଦ ବିଜେଡି ସଭାପତି ଅମୂଲ୍ୟ ମହାନ୍ତି ବିଜୁ ବାବୁଙ୍କ ଦ୍ଵାରା ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା କରିବା ଅନୁଭୂତିକୁ ବକ୍ତବ୍ୟରେ କହିଥିଲେ। ମହିଳା ସଶକ୍ତି କରଣ କରିବାରେ ବିଜୁ ବାବୁଙ୍କ ଅବଦାନ ସ୍ମରଣୀୟ ବୋଲି ପୌର ପରିଷଦ…
Read MoreDay: April 17, 2025
ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ସାଧାରଣ ପରିଷଦ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ସାଧାରଣ ପରିଷଦ ବୈଠକ ଆଜି ପୂର୍ବାହ୍ନରେ ନୟାଗଡ଼ କେସି କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନ ଉପ ସଭାପତି ବାଲାରସେନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଚେସ କମିଟିର କାର୍ଯ୍ୟକାଳ ଶେଷ ହୋଇ ଯାଇଥିବାରୁ ନୂତନ କମିଟି ଗଠନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଏଣୁ ଆସନ୍ତା ୨୭ ତାରିଖ ରବିବାର ଦିନ ନିର୍ବାଚନ କରାଯିବାକୁ ବୈଠକରେ ସ୍ଥିର ହୋଇଥିଲା। ଅନ୍ୟପକ୍ଷରେ ଆସନ୍ତା ବର୍ଷ ଜିଲ୍ଲା ସଂଘରେ ଅଧିକ ନୂତନ ସଦସ୍ୟ ଗ୍ରହଣ କରିବା ତଥା ରାଜ୍ୟ ଚେସ ଆସୋସିଏସନର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଆନ୍ତଃ ବିଦ୍ୟାଳୟସ୍ତରୀୟ ଟୁର୍ଣ୍ଣାମେଣ୍ଟ, ଚେସ ପ୍ରଶିକ୍ଷଣ ଆଦି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।…
Read More