ମହାବିଦ୍ୟାଳୟର କନିଷ୍ଠ କିରାଣୀଙ୍କ ବିୟୋଗରେ ଶୋକସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀ ଶ୍ରୀ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟର  କାଯ୍ୟରତ କନିଷ୍ଠ କିରାଣୀ ଲଷ୍ମୀଧର ସାହୁଙ୍କ ଅକାଳ ବିୟୋଗ ହୋଇଯାଇଛି। ଏଥି ନିମନ୍ତେ ମହାବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀଙ୍କୁ ନେଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଷ୍ମୀକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସଲୀଳା ସେଠୀ, ବରିଷ୍ଠ ଅଧ୍ୟାପକ ଅଖିଳ କୁମାର ହୋତା, ଅଶୋକ କୁମାର ମିଶ୍ର ଏବଂ ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯୋଗଦାନ କରିଥିଲେ। ଏଥିରେ ସମସ୍ତେ ତାଙ୍କର ୩୨ବର୍ଷ ଚାକିରୀ ଜୀବନର ସ୍ମୃତିଚାରଣ କରିବା ସହିତ ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Read More

ନୟାଗଡ଼ରେ ଉଦ୍ଘାଟିତ ହେଲା ସିରିୟସ୍ ଜୋନ୍ ର ନାଟକ ମହୋତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଆରମ୍ଭ ହେଲା ନାଟକ ମହୋତ୍ସବ। ନୟାଗଡ଼ର ଅନନ୍ଯ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ନାଟକ ମହୋତ୍ସବର ଉଦ୍ଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ଇଁ ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି, ନାଟକ  ସମାଜକୁ ସଠିକ୍ ଦିଗଦର୍ଶନ ଦେବାରେ ସହାୟକ ହୁଏ ବୋଲି ମତ ରଖିଥିଲେ। ଏହି ଅବସରରେ ବହୁ ଚର୍ଚ୍ଚିତ ନାଟକ ବାଞ୍ଝ ମଞ୍ଚସ୍ଥ ହୋଇଥିଲା। ଇଂ ଅଜୟ ମହାପାତ୍ରଙ୍କ ଲିଖିତ ଏହି ଗପକୁ ନାଟ୍ଯରୂପ ଦେଇଥିଲେ କୈଳାସ ଚନ୍ଦ୍ର ଓଝା ଓ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀଯୁକ୍ତ ଯାମିନୀକାନ୍ତ ମିଶ୍ର। ସାମାଜିକ ରୀତିନୀତି ବ୍ଯବସ୍ଥା, ବିଚାରବୋଧ ଆଧାରିତ ଏହି ସଂସ୍ଥାରଧର୍ମୀ ନାଟକ ବାଞ୍ଝର ସହ ନିର୍ଦେଶନା ଦାୟିତ୍ବରେ ଶ୍ରୀଯୁକ୍ତ ପ୍ରଶାନ୍ତ…

Read More

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ପ୍ରେସ ରୁମ ଖୋଲିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି। ଏ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ଶୁକ୍ରବାର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କୁ  ଭେଟି ସ୍ମାରକପତ୍ର ଦେଇଛନ୍ତି। ପ୍ରତି ଜିଲ୍ଲାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରେସ ରୁମ ଥିବା ବେଳେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପ୍ରେସ ରୁମ ନାହିଁ।ଏଣୁ ନୟାଗଡ଼ ଜିଲ୍ଲାର ଜିଲ୍ଲା ପ୍ରତିନିଧିମାନେ ସରକାରୀ ଖବର ସଂଗ୍ରହ କରିବା ଓ ପଠାଇବା ପାଇଁ ହଇରାଣ ହୋଇ ଆସୁଛନ୍ତି। ସାମ୍ବାଦିକ ମାନଙ୍କର ସୁବିଧା ଉଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ  ଏକ ପ୍ରେସ ରୁମ ଖୋଲିବା ପାଇଁ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସଭାପତି ପ୍ରମୋଦ ପଟ୍ଟନାୟକ, ଉପ ସଭାପତି ସୁବାସ ମହାପାତ୍ର, ସମ୍ପାଦକ ପ୍ରଦୀପ୍ତ ରଥ, ଅଫିସ ସମ୍ପାଦକ ପୁରୁଷୋତ୍ତମ ମହାପାତ୍ର,…

Read More