ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ଵତ ସାଧକ, ଗାଳ୍ପିକ, ଔପନ୍ୟାସିକ, କାବ୍ୟକାର, କବି ଡ.ସୁରେଶ ଚନ୍ଦ୍ର ବରାଡଙ୍କ ଆଧ୍ୟାତ୍ମିକ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ରଣପୁର ବିଧାୟିକା ତଥା ଓଡ଼ିଶାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି। ଶରଣକୁଳ ପଥୁରିଆସାହି ଦାମୋଦର ଶିଶୁରାଇଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀମତୀ ପାଢ଼ୀ ଡଃ.ବରାଡଙ୍କ ଏହି ପୁସ୍ତକର ଲୋକାର୍ପଣ କରିଥିଲେ। ଦାମୋଦର ଶିଶୁରାଇଜର ଏହି ସପ୍ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବିଭୁଦତ୍ତ ମହାପାତ୍ର ପୌରହିତ୍ୟ କରିଥିଲା ବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ବାଚସ୍ପତି ତଥା ରଣପୁର ନିର୍ବାଚନ ମଣ୍ଡଳୀ ବିଧାୟିକା ସୁରମା ପାଢ଼ୀ ଯୋଗଦେଇ ଉତ୍ସବର ଉଦ୍ଘାଟନ କରିଥିଲେ। ଜିଲ୍ଲା ପରିଷଦ ସଦସ୍ୟା ଚିନ୍ମୟୀ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥିଭାବରେ ଶରଣକୁଳ ଗ୍ରା.ପ.…
Read MoreDay: November 15, 2024
ପାଣିପୋଇଲା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ପାଣିପୋଇଲା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପଂଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ସଂପାଦକ ମନୋରଂଜନ ପଣ୍ଡା ତତ୍ତ୍ଵାବଧାନରେ ଆୟୋଜିତ ସଭାରେ ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିସହିତ ଶିଶୁପ୍ରେମୀ ଜନନାୟକ ପଣ୍ଡିତ୍ ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିଶୁମାନେ ଦେଶ ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବଉଳସାହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଣୀ ବିଜ୍ଞାନର ଅଧ୍ୟାପକ ଆଲୋକ ଚନ୍ଦ୍ର ସାମନ୍ତରାୟ ସୋସିଆଲ ମିଡିଆରୁ ଶିଶୁଙ୍କୁ ଦୂରେଇ ରଖି ଆଦର୍ଶ ଛାତ୍ର ଗଠନ କରିବା ପାଇଁ ଅଭିଭାବକ ଯତ୍ନଶୀଳ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଶୁଭ୍ରାଂଶୁ ବିଶ୍ୱାଳ ଯୋଗଦେଇ ଆଧ୍ୟାତ୍ମିକତା , ନୈତିକତା…
Read More