ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ଇ ପତ୍ରିକା ଆନୁକୂଲ୍ୟରେ ୧୨. ୧୧.୨୦୨୪ରିଖ ସନ୍ଧ୍ୟା ୭ଟାରେ ଅନଲାଇନ ମାଧ୍ୟମରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ଜ଼ିଲ୍ଲାର ଅନେକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ସର୍ବ ପ୍ରଥମେ ଡ଼ ସୁରେଶ ଚନ୍ଦ୍ର ବରାଡ଼ ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ଛାତ୍ରଛାତ୍ରୀଙ୍କ ଉଦେଶ୍ୟ ରେ ଉପସ୍ଥାପନା କରିଥିଲେ। ବିଚାରକ ମାନଙ୍କ ମୂଲ୍ୟାୟନ ଅନୁସାରେ ପୁରୀ ଜ଼ିଲ୍ଲାର ଶୁଭଶ୍ରୀ ଦାସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କଟକ ଜ଼ିଲ୍ଲାର ଅମ୍ରିତା ଗୁରୁ ଦ୍ୱିତୀୟ ସ୍ଥାନ ଓ ନୟାଗଡ ଜ଼ିଲ୍ଲାର ସନ୍ଧ୍ୟାରାଣୀ ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସମସ୍ତ ପ୍ରତିଯୋଗୀଙ୍କୁ ଓ ବିଚାରକ ମାନଙ୍କୁ ସ୍ୱାତୀଲଗ୍ନା ପରିବାର ତରଫରୁ ସୁଶାନ୍ତ ପାତ୍ର ଅଭିନନ୍ଦନ ଜଣାଇଛନ୍ତି।ସମସ୍ତ ସଫଳ ପ୍ରତିଯୋଗୀଙ୍କୁ flipkart ମାଧ୍ୟମରେ ଉପହାର…
Read MoreYear: 2024
ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୭ରେ ଖଣ୍ଡପଡ଼ା ବ୍ଲକ ଅଡିସନ
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଖଣ୍ଡପଡ଼ା ବ୍ଲକ ଅଡିସନ ଆସନ୍ତା ୧୭ ତାରିଖ ରବିବାର ଦିନ ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଶିକ୍ଷାକେନ୍ଦ୍ର ପରିସରରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରି ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ରଥ,ସଙ୍ଗୀତଧାରାର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ପଟ୍ଟନାୟକ, ଦୀନବନ୍ଧୁ ସାହୁ, ଦେବାଶିଷ ରଥ, ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଯୋଗଦାନ…
Read Moreଜନଜାତୀୟ ଗୌରବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ତା.୧୫.୧୧.୨୦୨୪ରିଖ ଦିନ ଟାକରା ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲା ପରିସରରେ ପାଳନ କରାଯିବା ନିମନ୍ତେ ନୟାଗଡ଼ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଧରିତ୍ରୀ ଆବା(ଠାକୁର) ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଳନ ଅବସରରେ ତା. ୧୫.୧୧.୨୦୨୪ରିଖ ଠାରୁ ତା.୨୬.୧୧.୨୦୨୪ରିଖ ପର୍ଯ୍ୟନ୍ତ ଜନଜାତି ବହୁଳ ମୋଟ ୧୧୩ଟି ଗ୍ରାମରେ ପର୍ଯ୍ୟାୟକ୍ରମେ ପ୍ରଶାସନ ତରଫରୁ ଗ୍ରାମସଭାମାନ କରାଯିବ । ଏଥିରେ ଦଶପଲ୍ଲା ବ୍ଲକର ୧୧୦ଟି ଗ୍ରାମ, ନୂଆଗାଁ ବ୍ଲକର ୨ଟି ଗ୍ରାମ ଏବଂ ଗଣିଆ ବ୍ଲକର ୧ଟି ଗ୍ରାମ ସର୍ବମୋଟ ୧୧୩ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ଧରିତ୍ରୀ ଆବା(ଠାକୁର) ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଳନ ଅବସରରେ ଟାକରା ଉଚ୍ଚ ବିଦ୍ୟାଳୟରେ ବିଭାଗୀୟ…
Read Moreକଳାପାଟଠାରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ନୟାଗଡ଼ରେ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ଅଧ୍ୟକ୍ଷତାରେ ସିଦ୍ଧପୁରୁଷ ବାବା ରାମଦାସଙ୍କ ୭୪ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଗଣିଆ ନିକଟସ୍ଥ ମଣିଭଦ୍ରା ପାହାଡ଼ ପାଦଦେଶରେ ମା କଳାପାଟ ଠାକୁରାଣୀଙ୍କ ପବିତ୍ର ପୀଠରେ ଆସନ୍ତା ତା.୦୪.୧୨.୨୦୨୪ରିଖ ଠାରୁ ତା.୦୭.୧୨.୨୦୨୪ରିଖ ଚାରିଦିନ ଧରି ହେବାକୁ ଥିବା ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତହସିଲଦାର ଗଣିଆ ଏବଂ ଦଶପଲ୍ଲା, ବିଡିଓ ଗଣିଆ, ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏବଂ ଟ୍ରଷ୍ଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ମହାଯଜ୍ଞଟି ସମସ୍ତଙ୍କ ସହଯୋଗରେ କିପରି ସୂଚାରୁ ରୂପେ ପାଳନ କରାଯିବ ତାହା ଉପରେ ଆଲୋଚନା କରାଯାଇ ନିତି ନିର୍ଦ୍ଧାରଣ କରାଯାଇଥିଲା ।
Read Moreଦତ୍ତପନ୍ତ ଠେଙ୍ଗଡ଼ିଙ୍କର ଜନ୍ମଜୟନ୍ତୀ ପାଳନ କଲା ସ୍ୱଦେଶୀ ଜାଗରଣ ମଞ୍ଚ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ତରଫରୁ ରାଷ୍ଟ୍ରରୁଷି ଦତ୍ତପନ୍ତ ଠେଙ୍ଗଡ଼ିଙ୍କର ଜନ୍ମଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ସମ୍ମିଳନୀ କରିବାସହ ଜିଲ୍ଲାପାଳ ଅଫିସରୁ ଏକ ସ୍ଵଦେଶୀ ସନ୍ଦେଶ ଯାତ୍ରା ବାହାରି ହୋଟେଲ ନୀଳମାଧବ ପର୍ଯ୍ୟନ୍ତ ସନ୍ଦେଶ ଯାତ୍ରା ମାଧ୍ୟମରେ ସାଧାରଣ ଲୋକ ମାନଙ୍କୁ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାକୁ ସ୍ୱଦେଶୀ ପତ୍ରିକା ବାଣ୍ଟିବା ସହ ସଚେତନ କରାଯାଇଥିଲା । ରାଷ୍ଟ୍ରୀୟ ସ୍ତରରେ ଭାରତର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ସମ୍ମିଳନିକୁ ତରଙ୍ଗ ମାଧ୍ୟମରେ ଯୋଗଦେବେ ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରୀ ରବିଶଙ୍କର ଜି ଅଖିଳ ଭାରତୀୟ। ସମନ୍ଵୟକ ଶ୍ରୀ ଭଗବତୀ ପ୍ରକାଶ ଶର୍ମା ଜି, ସ୍ୱଦେଶୀ ଜାଗରଣ ମଞ୍ଚର ଅଖିଳ ଭାରତୀୟ ସଂଯୋଜକ ଆର ସୁନ୍ଦରମ ଜି ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦତ୍ତପନ୍ତ ଠେଙ୍ଗଡ଼ିଙ୍କ ଜୀବନ ଉପରେ ଶ୍ରୀ ଶ୍ରୀ…
Read Moreନୟାଗଡ଼ର ପ୍ରସିଦ୍ଧ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣାସହର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀ ମନ୍ଦିର ପଡ଼ିଆଠାରେ ବୋଇତ ବନ୍ଦାଣ ଉତ୍ସବ-୨୦୨୪ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ କଳିଙ୍ଗ ହସ୍ପିଟାଲ ନିର୍ଦ୍ଦେଶିକା ନିଲାଞ୍ଜନା ମୁଖାର୍ଜୀ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ନୟାଗଡ଼ ପୁରୁଣା ସହରରେ ଐତିହ୍ୟ ଓ ସଂସ୍କୃତିକୁ ଉଜ୍ଜିବୀତ କରିବା ସହ ବର୍ଷ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି । ଏହି ଅବସରରେ ମୁଖ୍ୟ ଅତିଥି ଡ଼ଃ. ସାହୁ କହିଥିଲେ ଯେ, ନୟାଗଡ଼ ପୁରୁଣା ସହରର ବାସିନ୍ଦାମାନେ ଏହି କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବେ ପ୍ରତି ବର୍ଷ ଆୟୋଜନ କରି ଆସୁଛନ୍ତି ଏବଂ ଏହା ବର୍ଷକୁ…
Read Moreରାଜସୁନାଖଳା ମହୋତ୍ସବ କମିଟି ପୁନର୍ଗଠିତ: ସଭାପତି ହେଲେ ଚିତ୍ତ, ସମ୍ପାଦକ ହେଲେ ଜୟେନ୍ଦ୍ର
ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରାଜସୁନାଖଳା ମହୋତ୍ସବ କମିଟି ପୁନର୍ଗଠିତ ହୋଇଛି। ଏହି କମିଟିର ସଭାପତି ଭାବରେ ରାଜସୁନାଖଳା ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ପାଦକ ଭାବରେ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ମନୋନୀତ ହୋଇଛନ୍ତି। ମନୋନୀତ ପରେ ଉଭୟଙ୍କୁ ନୂଆ ଦାୟିତ୍ୱ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ରାଜ୍ୟର ଏକ ପ୍ରମୁଖ ମହୋତ୍ସବ ଭାବେ ରାଜସୁନାଖଳା ମହୋତ୍ସବ ଦୀର୍ଘ ୫ବର୍ଷ ଧରି ସଫଳତାର ସହ ଅନୁଷ୍ଠିତ ହେଇଆସୁଛି। ଚଳିତ ବର୍ଷ ଷଷ୍ଠ ବର୍ଷରେ ପଦାର୍ପଣ ପୁର୍ବରୁ ରାଜସୁନାଖଳା ମହୋତ୍ସବ କମିଟି ପୁନର୍ଗଠିତ ହୋଇଛି। ୨ ଯୁବ ଚେହେରାଙ୍କୁ ମହୋତ୍ସବ କମିଟିର ଗୁରୁତ୍ୱପୂର୍ଣ୍ଣ ପଦବୀ ଓ ଦାୟିତ୍ୱ…
Read Moreଭାପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସରସ୍ବତୀ ଶିଶୁ ମନ୍ଦିର, ଭାପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭାପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୟାଧର ପରିଡ଼ା ଯୋଗଦାନ କରି ଭକ୍ତି ସଙ୍ଗୀତ ପ୍ରତିଯୋଗିତାକୁ ଉଦଘାଟନ କରିବା ସହିତ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାରେ ସଙ୍ଗୀତଧାରାର ଅଭିନଵ ପ୍ରାୟସକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାରେ ଭାପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର ୨୮ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ପ୍ରଶାନ୍ତ କୁମାର ଦାଶ, ଜୟଶ୍ରୀ ଦେବୀ ଏବଂ ଉଦିତ ନାରାୟଣ ଦାଶ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୬ ଜଣ କଣ୍ଠଶିଳ୍ପୀଙ୍କୁ…
Read Moreବରିଷ୍ଠ ଶିକ୍ଷାବିତ୍, ସମାଜସେବୀଙ୍କ ପରଲୋକ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଝାଡପଡା ଗ୍ରାମର ବୟୋଜ୍ୟେଷ୍ଠ ମୁରବୀ, ରଣପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବରିଷ୍ଠ ଶିକ୍ଷାବିତ୍ ଉପେନ୍ଦ୍ର କୁମାର ରାଉତଙ୍କ ନିଜ ବାସ ଭବନରେ ନଭେମ୍ବର ୯, ଶନିବାର ଭୋର୍ ୪ଟା ସମୟରେ ପରଲୋକ ଘଟିଛି। ମୃତ୍ୟୁ ଖବରରେ ରଣପୁର, ଟାଙ୍ଗୀ-ଚାନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ୯୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଶ୍ରୀଯୁକ୍ତ ରାଉତ ଜଣେ କର୍ତ୍ତବ୍ୟ ନିଷ୍ଠ,ଛାତ୍ରବତ୍ସଳ, ସତ୍ୟବାଦୀ ତଥା ମଣିଷ ତିଆରି କାରଖାନାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ। ଅବସରପ୍ରାପ୍ତ ଶିକ୍ଷକ ଭାବରେ ନିଜ ଅଞ୍ଚଳର ଶୈକ୍ଷିକ ବାତାବରଣ ବିକାଶ ଦିଗରେ ତାଙ୍କର ଜୀବନ ଉତ୍ସର୍ଗ କରିଥିଲେ। ଏପରିକି ନିଜ ଜନ୍ମମାଟି ଝାଡ଼ପଡା ଗ୍ରାମର ଶିକ୍ଷାର ବିକାଶ ଦିଗରେ ନୂଆ ଦିଶା ଦେବାସହ ଗ୍ରାମର ପ୍ରାଥମିକ, ମଧ୍ୟ ଇଂରାଜୀ ଓ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାରେ…
Read Moreନୟାଗଡ଼ରେ ବିଶାଳ ଜନସମ୍ପର୍କ ପଦଯାତ୍ରା
ବିଜେଡି ଲୋକଙ୍କ ସ୍ୱର ହୋଇ କାମ କରିବ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକ ଓ ପୈାର ପରିଷଦ ବିଜେଡି ଜନସମ୍ପର୍କ ପଦଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଟାଉନଥାନାଠାରୁ ପଦଯାତ୍ରା ଆରମ୍ଭ ହୋଇ ଶାଳଭଞ୍ଜ ତୋଟାଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବିଶାଳ ଜନସମ୍ପର୍କ ପଦଯାତ୍ରାରେ ବୋଲଗଡ଼ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ,…
Read More