ନାକିଠଣା ଶ୍ରୀରାମ ମନ୍ଦିର ବିଗ୍ରହ ପ୍ରତିଷ୍ଠାର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ନାକିଠଣାସ୍ଥିତ ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠାର ଚତୁର୍ଥ ବାର୍ଷିକ ଉତ୍ସବ ଭକ୍ତିମୟ ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଧାର୍ମିକ ଆଚାର-ଅନୁଷ୍ଠାନ ସହ ଏକ ସଭା ଏବଂ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଉତ୍ସବରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ଦିରର ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମକୁ ନେଇ ଖୁବ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ନିର୍ମଳ କୁମାର ମତ୍ତଗଜସିଂହ, ପରିବହନ ବିଭାଗର ଅତିରିକ୍ତ କମିଶନର ବିଭବ ଭଞ୍ଜନ ସାମନ୍ତସିଂହାର, ରଣପୁର ତହସିଲଦାର ଆର୍ୟ କୁମାର ସର୍ବଦମନ, ବିଜୟ ରାଉତରାୟ ଓ ଦେବରାଜ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଶ୍ରୀରାମଙ୍କ ଆଦର୍ଶକୁ ଅନୁସରଣ କରି ସମାଜରେ ନୈତିକ ମୂଲ୍ୟବୋଧ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ଭଜନ…

Read More

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଆସନ୍ତାକାଲି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ

ଟାକରା ନୂତନ ପାୱାର ଗ୍ରୀଡ୍ କାର୍ଯ୍ୟକ୍ଷମ କରିବାକୁ ଦାବି, ଆମ୍ବୁଲାନ୍ସ ଓ ଦମକଳ ସେବାକୁ ମିଳିବ ଛାଡ଼ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଅଞ୍ଚଳରେ ଦୀର୍ଘଦିନ ଧରି ଲାଗି ରହିଥିବା ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ଲୋ-ଭୋଲଟେଜ୍ ସମସ୍ୟା ଓ ମନମୁଖୀ ବିଦ୍ୟୁତ ବିଲ୍ ଆଦାୟର ପ୍ରତିବାଦରେ ବିଦ୍ୟୁତ ଉପଭୋକ୍ତା ସଂଘ, ଦଶପଲ୍ଲା ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ ଡାକରା ଦିଆଯାଇଛି।  ସଂଘର କହିବାନୁସାରେ, ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ସାଧାରଣ ଲୋକ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ କୃଷକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଟାକରା ନିକଟରେ ନିର୍ମାଣ ଶେଷ ହୋଇଥିବା ନୂତନ ପାୱାର ଗ୍ରୀଡ୍‌କୁ ଶୀଘ୍ର କାର୍ଯ୍ୟକ୍ଷମ କରାଗଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ବୋଲି ସଂଘ ଦାବି କରିଛି। ସଂଘ ଅଭିଯୋଗ କରିଛି ଯେ, ଏହି ସମସ୍ୟା ନେଇ…

Read More

ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ):  ସଙ୍ଗୀତଧାରା, ନୟାଗଡ଼ ଏବଂ ନବକଳେବର ରଥ ଚକ ସ୍ଥାପନ କମିଟିର  ମିଳିତ ଆନୁକୂଲ୍ୟରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ପ୍ରାଣକୃଷ୍ଣ ମହାରଣା,କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର,ଡ.ଆଶୁତୋଷ ମିଶ୍ର, ମାଧବ ଡାକୁଆ,ବିଷ୍ନୁପ୍ରିୟା ବେହେରା, ଓମ ପ୍ରକାଶ ମହାରଣା,ଶୁଚିସ୍ମିତା ଦୋରା ପ୍ରମୁଖ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଦେବୋତ୍ତର ପରିଚାଳକ ତାପସ ରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ରଥଚକ ସ୍ଥାପନା କମିଟି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ଦାଶ ପ୍ରମୁଖ ପରିଚାଳନା କରିଥିଲେ।  ଗୋପୀନାଥ ସେଠି, ଅଶୋକ ମଲ୍ଲ ଭଜନ କାର୍ଯ୍ୟକ୍ରମକୁ …

Read More

୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସୁଶାନ୍ତ ଯାନୀଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ

ନୂଆଗାଁ, (ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ କ୍ଲଷ୍ଟରର ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ତଥା ନୂଆଗାଁ ନିକଟସ୍ଥ ଭେଟପଲ୍ଲୀ ଗ୍ରାମର ସ୍ୱର୍ଗତ ସୁଶାନ୍ତ କୁମାର ଯାନୀଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଅଲ ଓଡ଼ିଶା ୧୦୮ ଆମ୍ବୁଲାନ୍ସ ୟୁନିଅନ ପକ୍ଷରୁ ତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ସହାୟତା ରାଶି ୟୁନିଅନର ସଦସ୍ୟମାନଙ୍କ ସହଯୋଗରେ ସଂଗ୍ରହ କରାଯାଇ ସ୍ୱର୍ଗତ ଯାନୀଙ୍କ ପରିବାର ହାତରେ ହସ୍ତାନ୍ତର କରାଯାଇଥିଲା। ଏହି ଅବସରରେ ୟୁନିଅନର କର୍ମକର୍ତ୍ତାମାନେ ସ୍ୱର୍ଗତ ସୁଶାନ୍ତ କୁମାର ଯାନୀଙ୍କ ସେବାଭାବ, କର୍ତ୍ତବ୍ୟନିଷ୍ଠା ଏବଂ ମାନବିକତାକୁ ସ୍ମରଣ କରି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ୟୁନିଅନ ପକ୍ଷରୁ କୁହାଯାଇଛି ଯେ, ୧୦୮ ଆମ୍ବୁଲାନ୍ସ ସେବା ସହ ଜଡ଼ିତ କର୍ମଚାରୀମାନଙ୍କ ସୁଖ-ଦୁଃଖରେ ସଂଗଠନ ସଦା ସାଥୀ ହୋଇ ରହିବ। ସହକର୍ମୀଙ୍କ…

Read More

ଗୋଡ଼ିଗଦା ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୋଡ଼ି (ଚିପ୍ସ) ବୋଝେଇ ହାଇୱା ଟ୍ରକରୁ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚର୍ଚ୍ଚା ଓ ଉତ୍କଣ୍ଠା ସୃଷ୍ଟି ହୋଇଛି। ମୃତ ଯୁବକ ହେଲେ ଫତେଗଡ଼ ଥାନା ଅନ୍ତର୍ଗତ ବିଜିପୁର ପଞ୍ଚାୟତର ସୁନାଖଳା ଗ୍ରାମର ଦିବାକର ରାଉତଙ୍କ ପୁଅ ମୁନା ରାଉତ (୧୯)। ସେ ଓଡି-୧୫ଜେ-୭୫୮୨ନମ୍ବର ବିଶିଷ୍ଟ ହାଇୱା ଟ୍ରକରେ ହେଲ୍ପର ଭାବେ କାମ କରୁଥିଲେ। ସୂଚନା ଅନୁସାରେ, ଶନିବାର ରାତିରେ ହାଇୱାଟି ଗୋଡ଼ି (ଚିପ୍ସ) ବୋଝେଇ କରି ଭାପୁର ବଜାର ନିକଟସ୍ଥ ମହୋତ୍ସବ ପଡ଼ିଆ ନିକଟରେ ଜଣେ ବ୍ୟକ୍ତିଙ୍କ ସ୍ଥାନରେ ଗୋଡ଼ି ଖାଲି କରୁଥିଲା। ତେବେ ଗୋଡ଼ି ଅନଲୋଡ୍ ସମୟରେ ସେଥିରୁ ହେଲ୍ପର ମୁନା ରାଉତଙ୍କ ମୃତଦେହ ମିଳିଥିଲା। ଘଟଣା ଜଣାପଡ଼ିବା ପରେ…

Read More

ଟାଟା ପାୱାରର ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦ: ୩୦ ତାରିଖ ଦଶପଲ୍ଲା ବନ୍ଦକୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ସମର୍ଥନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଟାଟା ବିଦ୍ୟୁତ କମ୍ପାନୀର ମନମୁଖୀ କାର୍ଯ୍ୟକଳାପ ଏବଂ ବିପର୍ଯ୍ୟସ୍ତ ବିଦ୍ୟୁତ ଯୋଗାଣ ପ୍ରତିବାଦରେ ଆସନ୍ତା ୩୦ ତାରିଖ ଦିନ ‘ଦଶପଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଘ’ ପକ୍ଷରୁ ଦିଆଯାଇଥିବା ଦଶପଲ୍ଲା ବନ୍ଦ ଡାକରାକୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପୂର୍ଣ୍ଣ ସମର୍ଥନ ଜଣାଇଛି। ଏହା ସହିତ ଏହି ଆନ୍ଦୋଳନକୁ ବ୍ୟାପକ ଓ ସଫଳ କରିବା ପାଇଁ ଦଶପଲ୍ଲା ଅଞ୍ଚଳର ସମସ୍ତ ଉପଭୋକ୍ତା ସଂଗଠନ ଏଥିରେ ସାମିଲ ହେବାକୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି। ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ଏକ ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି ଯେ, ବିଦ୍ୟୁତ ସେବାରେ ଚରମ ଅବହେଳା ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଜୁଲାଇ ମାସ ଶେଷ ସପ୍ତାହରେ ଏକ ବଡ଼ଧରଣର ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯାଇଛି।…

Read More

ବିଦ୍ୟୁତ ବିଭାଗ ବିରୋଧରେ ପୁଞ୍ଜିଭୂତ ଜନ ଅସନ୍ତୋଷ, ୩୦ଜୁନରେ ଦଶପଲ୍ଲା ବନ୍ଦ ଡାକରା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳରେ ବିଦ୍ୟୁତ ସେବାକୁ ନେଇ ଦୀର୍ଘଦିନ ଧରି ପୁଞ୍ଜିଭୂତ ଜନ ଅସନ୍ତୋଷ ବର୍ତ୍ତମାନ ଗଣଆନ୍ଦୋଳନର ରୂପ ନେବାକୁ ଯାଉଛି। ବିଦ୍ୟୁତ ବିଭାଗ ଓ ଟାଟା ପାୱାର ପକ୍ଷରୁ ଦାବିଗୁଡ଼ିକର ସମାଧାନ ନ ହେବାରୁ ଆସନ୍ତା ୩୦ ଜୁନ (ମଙ୍ଗଳବାର) ‘ଦଶପଲ୍ଲା ବନ୍ଦ’ ପାଇଁ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ କରିଛି। ଦଶପଲ୍ଲା ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ଲୋ-ଭୋଲ୍ଟେଜ ସମସ୍ୟା, ଟାକରାଠାରେ ୨୦୧୮ ମସିହାରୁ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୨୦/୩୩ କେଭି ପାୱାର ଗ୍ରିଡ୍ ସବ୍-ଷ୍ଟେସନ କାର୍ଯ୍ୟକ୍ଷମ ନ ହେବା ଏବଂ ଟିପିସିଓଡିଏଲ୍‌ ପକ୍ଷରୁ କିଛି ଯୁବକଙ୍କ ନାମରେ ରୁଜୁ ମାମଲା ପ୍ରତ୍ୟାହାର ସମେତ ବିଭିନ୍ନ ଦାବି ନେଇ ଗତ ୧୦ ଜୁନ ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବିପତ୍ର…

Read More

ଲୋକ ନୋଡ଼ାଲ ବିଦ୍ୟପୀଠରେ ‘ବିଦ୍ୟୁତ ନିରାପତ୍ତା ସଚେତନତା କର୍ମଶାଳା’

ଶରଣକୁଳ, (ନୟାଗଡ଼ ଦର୍ପଣ): ଆଜି ଶରଣକୁଳ ନିକଟ ପଞ୍ଚିରିଡ଼ା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ବିଦ୍ୟୁତ ନିରାପତ୍ତା ସଚେତନତା କର୍ମଶାଳା ଆୟୋଜିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକଙ୍କ ଅନୁରୋଧ କ୍ରମେ ଶରଣକୁଳ ବିଦ୍ୟୁତ ବିଭାଗ ତରଫରୁ ଶିକ୍ଷାଦେବା ପାଇଁ ବିଶ୍ଵଭୂଷଣ ବିଷୋଇ, ସେଫ୍ଟି ଅଫିସର, ବିମଳ କୁମାର ଯାଦବ, ସେଫ୍ଟି ଅଫିସର, ରାମଚନ୍ଦ୍ର ସାହୁ, ଲାଇନ୍ସମାନ, ପ୍ରକାଶ ଚନ୍ଦ୍ର ମାନା, ଲାଇନ୍ସମାନ, ସୁଜିତ କୁମାର ପ୍ରଧାନ, ଲାଇନ୍ସମାନ ଓ ପ୍ରଦୀପ କୁମାର ସେନାପତି, ଲାଇନ୍ସମାନ ରିସୋର୍ସପର୍ସନ ତଥା ଅତିଥି ରୂପେ ଯୋଗ ଦେଇଥିଲେ। ସେମାନେ ବିଦ୍ୟୁତ ଜନିତ ଦୁର୍ଘଟଣାରୁ କେମିତି ରକ୍ଷା ପାଇବା ତାହା ଉପରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସହ ଯୋଗ ଦେଇଥିବା ଜନସାଧାରଣଙ୍କୁ ଶ୍ରେଣୀଗୃହ ଶିକ୍ଷା ଏବଂ ପ୍ରାଟିକାଲ ଶିକ୍ଷା ପ୍ରଦାନ କରିଥିଲେ। ପ୍ରଥମେ ପୂର୍ବାହ୍ନରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ…

Read More

ଦେବର୍ଷି ନାରଦ ଜୟନ୍ତୀ ପାଳିତ, ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ସୃଜନ ଗୃହରେ ଦେବର୍ଷି ନାରଦ ଜୟନ୍ତୀ ଗମ୍ଭୀର ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଦେବର୍ଷି ନାରଦଙ୍କୁ ଭାରତୀୟ ପରମ୍ପରାରେ ଜ୍ଞାନ, ଭକ୍ତି ଓ ସତ୍ୟ ସୂଚନାର ପ୍ରତୀକ ଭାବେ ସମ୍ମାନ କରାଯାଏ। ଅନେକ ସ୍ଥାନରେ ଏହି ଦିନକୁ ସାମ୍ବାଦିକତା ସହ ମଧ୍ୟ ପ୍ରତୀକାତ୍ମକ ଭାବେ ଯୋଡ଼ି ଦେଖାଯାଏ। କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ଗଠନରେ ସାମ୍ବାଦିକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ କ୍ଷେତ୍ର ଧର୍ମ ଜାଗରଣ ପ୍ରମୁଖ ବିନୟ ଭୂଇଁଆ ଦେବର୍ଷି ନାରଦଙ୍କ ଆଦର୍ଶ, ସତ୍ୟ ସୂଚନା ପ୍ରସାର ଓ ମୂଲ୍ୟବୋଧ ଆଜିର ସାମ୍ବାଦିକତା ପାଇଁ କିପରି ପ୍ରେରଣାଦାୟକ, ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ସହ ପ୍ରଚାର ପ୍ରମୁଖ…

Read More

ଆକାଉଣ୍ଟାଣ୍ଟ କମ୍ ଡିଇଓ ସଂଘର ଜିଲ୍ଲାସ୍ତରୀୟ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ; ୪୧ ୟୁନିଟ୍ ରକ୍ତଦାନ ସହ ବୃଦ୍ଧାଶ୍ରମରେ ସେବା କାର୍ଯ୍ୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆକାଉଣ୍ଟାଣ୍ଟ କମ୍ ଡିଇଓ ସଂଘର ଜିଲ୍ଲାସ୍ତରୀୟ ଦ୍ୱିତୀୟ ବାର୍ଷିକ ଉତ୍ସବ ସେବା, ସାମାଜିକ ଦାୟିତ୍ୱବୋଧ ଓ ସାଙ୍ଗଠନିକ ଏକତାର ବାର୍ତ୍ତା ନେଇ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ କମ୍ ଡିଇଓମାନେ ସ୍ୱେଚ୍ଛାକୃତ ଭାବେ ୪୧ ୟୁନିଟ୍ ରକ୍ତଦାନ କରି ସମାଜ ପ୍ରତି ନିଜର ଦାୟିତ୍ୱବୋଧର ପରିଚୟ ଦେଇଥିଲେ। ନୟାଗଡ଼ ଜିଲ୍ଲା ରକ୍ତଭଣ୍ଡାର ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ବିଶିଷ୍ଟ ଶିକ୍ଷାବିତ୍ ଧୀରେନ୍ଦ୍ର ପଟ୍ଟନାୟକ ଓ ଡାକ୍ତର ମୋନାଲିସା ସ୍ୱାଇଁ ଉଦ୍ଘାଟନ କରିଥିଲେ। ରକ୍ତଭଣ୍ଡାରରେ ରକ୍ତର ଅଭାବ ଥିବା ସମୟରେ ସଂଘ ପକ୍ଷରୁ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାରୁ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଏହା ସହିତ ସଂଘ ପକ୍ଷରୁ ନୟାଗଡ଼ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ମଧ୍ୟାହ୍ନ…

Read More