ଆଞ୍ଚଳିକ ସାମ୍ବାଦିକ ସଂଘ ଗଣିଆ ରେ ନୟାଗଡ଼ ବିଧାୟକ

ଗଣିଆ, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ଼ଃ.ଅରୁଣ କୁମାର ସାହୁ ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଆସି ବିଦ୍ୟାଳୟ ର ନୂତନ ଭାବେ ନିର୍ମାଣ ହେଉଥିବା ଶ୍ରେଣୀ ଗୃହ କାର୍ଯ୍ୟକୁ ସମୀକ୍ଷା କରିଥିଲେ ଓ ଯଥାଶୀଘ୍ର ଏହି କାର୍ଯ୍ୟ ସାରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଡଃ.ସାହୁ ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟକୁ ଆସି ସାମ୍ବାଦିକମାନଙ୍କ ସହିତ ଏକ ସୌଜନ୍ୟ ମୂଳକ ସାକ୍ଷାତକାର କରିଥିଲେ। ଆଗାମୀ ଦୁର୍ଗାପୂଜା ପାଇଁ ସାମ୍ବାଦିକ ମାନଙ୍କୁ ଅଭିନନ୍ଦନ ଜଣାଇ ଅଞ୍ଚଳରେ ଘଟୁଥିବା ଘଟଣାବଳୀ ସଂପର୍କରେ ସତ୍ୟ ଏବଂ ନିର୍ଭୁଲ ସମ୍ବାଦ ପରିବେଷଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସହିତ ଯୋଡ଼ି ହୋଇ ସହଭାଗିତା ଭିତ୍ତିରେ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

Read More

ଗଣିଆରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର

ଗଣିଆ, (ନୟାଗଡ଼ ଦର୍ପଣ): ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ, ନୟାଗଡ଼ ଆନୁକୁଲ୍ୟରେ ଗଣିଆ ବ୍ଲକ ପ୍ରଶାସନ ସହାୟତାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗଣିଆ ଠାରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ବିଧାୟକ ଦଶପଲ୍ଲା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା, ଅଧ୍ୟକ୍ଷା ଶ୍ରୀମତୀ ଝୁନା ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅସ୍ଥି ଶଲ୍ୟ, ମାନସିକ ଅନଗ୍ରସର, ଦୃଷ୍ଟି ବାଧିତ,ଓ ଶ୍ରବଣ ବାଧିତ ବିଭାଗର ବରିଷ୍ଠ ଚିକିତ୍ସକମାନଙ୍କ ଦ୍ବାରା ଶତାଧିକ ରୋଗୀ ମାନଙ୍କୁ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଉପଯୁକ୍ତ ରୋଗୀ ମାନଙ୍କୁ ଚିହ୍ନଟ କରି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସେମାନଙ୍କୁ ଯଥାସାଧ୍ୟ ସରକାରୀ ଯୋଜନା ଦ୍ବାରା ସାହାଯ୍ୟ କରାଯିବ ବୋଲି ବିଧାୟକ ଘୋଷଣା କରିଥିଲେ ।

Read More

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କେସି କ୍ଲବଠାରେ ଚାଲିଥିବା ଆନ୍ତଃ ବିଦ୍ୟାଳୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ଯୋଗଦାନ କରି ବିଜୟୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ବର୍ଗରେ ସ୍ୱୟଂ ପ୍ରକାଶ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଜାଗୃତି ଘଡେ଼ଇ, ତୃତୀୟରେ ଧର୍ମେଶ ରାୱଲ,ଚତୁର୍ଥରେ ରାଜା ପ୍ରଧାନ ଏବଂ ପଞ୍ଚମ ସ୍ଥାନରେ କ୍ରୀଷ୍ଣ ରାଓ ଦୋରା ପ୍ରମୁଖ କୃତିତ୍ବ ହାସଲ କରି ପୁରସ୍କୃତ ହୋଇଛନ୍ତି। ସେହିପରି କନିଷ୍ଠ ବର୍ଗରେ ଶୁଭସ୍ମିତା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ କୁଇନ କନସାଇନ ହରିଚନ୍ଦନ, ତୃତୀୟରେ…

Read More

ନୂଆଗାଁ ବ୍ଲକ୍ ବିଜୁ ଜନତା ଦଳର ବିଶାଳ ଜନ ସମ୍ପର୍କ ପଦଯାତ୍ରା

ନୂଆଗାଁ,(ନୟାଗଡ଼ ଦର୍ପଣ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଶପଲ୍ଲା ଯୁବ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ତତ୍ତ୍ଵାବଧାନରେ ନୂଆଗାଁ ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା ରେ ଏକ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି।ଏହି ବାଇକ ରାଲି ନୂଆଗାଁ ବ୍ଲକ୍ କିରିଆ ଲାଞ୍ଜି ଠାରୁ ବାହାରି ଦଶପଲ୍ଲା ମେଳିଆ ତୋଟା ରେ ପହଞ୍ଚିଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ହିତକର ଯୋଜନା ସମ୍ପର୍କରେ ବର୍ଣ୍ଣନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ସମାଜ ସେବୀ ଶଙ୍କର୍ଷଣ ବେହେରା,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ବିଜେଡ଼ି ସଭାପତି ସନାତନ ସାମଲ,ଉପ…

Read More

ନୟାଗଡ଼ରେ ଅକ୍ଟୋବର ୧୬ ଏବଂ ୧୭ ଦୁଇ ଦିନ ଧରି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଚେସ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବା ନେଇ ସୂଚନା

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ୍ ଆସୋଶିଏସନ ଏବଂ କେ.ସି. କ୍ଲବ ନୟାଗଡ଼ର ମିଳିତ ଆନୁକୁଲ୍ୟରେ ଦୁଇ ଦିନିଆ ଆନ୍ତଃ ବିଦ୍ୟାଳୟ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏ ନେଇ ଆଜି ନୟାଗଡ଼ କେ.ସି. କ୍ଲବ ପରିସରସ୍ଥ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ଅନୁଷ୍ଠିତ ହୋଇ ବ୍ୟାପକ ସୂଚନା ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଥମ ଦଶ ଜଣକୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଯିବ| ନୟାଗଡ଼ ଚେସ୍ ଆଶୋସିଏସନ୍‌ର ସଭାପତି ଶ୍ରୀଧର ସାହୁ, ସମ୍ପାଦକ ରିତେଶ କୁମାର ରଥ, କେ.ସି. କ୍ଲବର ସଭାପତି ଭାଗିରଥ ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ ଓ ବରଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସମ୍ପୂର୍ଣ୍ଣ ବିବରଣୀ ରଖୁଛନ୍ତି । ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଏହି ଆନ୍ତଃ ବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ…

Read More

ନୟାଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର ଗୁରୁତ୍ବପୁର୍ଣ୍ଣ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର କଡା ପଦକ୍ଷେପ । ୬ଶହ ଟଙ୍କାରେ ଘର ଭଡା ନେଇ ମାଲିକ ୭ରୁ ୮ହଜାର ଟଙ୍କାରେ ଅନ୍ୟକୁ ଭଡା ଦେଉଛନ୍ତି । ମୁଳ ପଇସା ଛଅ ଶହ ଟଙ୍କା ଦେବାକୁ ଖାତିର କରୁନାହାନ୍ତି । ବାରମ୍ବାର ମାଗିଲେ ମଧ୍ୟ ଟଙ୍କା ଠିକ ସମୟରେ ଦେଉ ନାହାନ୍ତି । ଏଥିପାଇଁ ଆଜି ନୟାଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର ପରିଚାଳନା ବୈଠକ କରାଯାଇ ୨୦ନଂ ଘରକୁ ସିଲ କରାଯାଇଛି । ଅପରାହ୍ନ ଦୁଇ ଘଟିକା ସମୟରେ ପରିଚାଳନା ପରିଷଦର ସଭ୍ୟ ସଭ୍ୟାମାନଙ୍କୁ ନେଇ ଗୁରୁତ୍ବପୁର୍ଣ୍ଣ ବୈଠକ ବସିଥିଲା । ଆଜିଠାରୁ ଉକ୍ତ ଦୋକାନୀର ମାଲିକଙ୍କୁ ୩୦ଦିନର ମହଲତ ଦିଆଯାଇଛି । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଘର ମାଲିକ ଟଙ୍କା ନଦେଲେ ସମିତି ଦଖଲକୁ ନେବ ବୋଲି ନିଷ୍ପତି ନିଆଯାଇଛି…

Read More

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ସକାଳୁ ରାମଧୁନ ସହ ତ୍ରିନାଥ ଛକଠାରେ ଥିବା ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟବକ୍ତା ଭାବେ ନାଟ୍ୟକାର ଡ଼ଃ. ବିଜୟ କୁମାର ଚୌଧୁରୀ ଯୋଗଦେଇ ଗାନ୍ଧୀ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ବକ୍ତା ମହମ୍ମଦ ଓମାର ମଲ୍ଲିକ ଗାନ୍ଧୀ…

Read More

ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ଡ଼ଃ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅନ୍ତର୍ଗତ ପନ୍ତିଖାରୀ ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡ଼ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଅକ୍ଟୋବର ୪ ତାରିଖରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ଏହି ବିଜ୍ଞତି ପାଇବା ପରେ ଖବରଟି ବିଜୁଳି ବେଗରେ ସମଗ୍ର ରାଜ୍ୟରେ ପ୍ରଚାରିତ ହୋଇଥିଲା। ରାତି ପାହିବା ବେଳକୁ ବୈଦ୍ୟୁତିକ, ସାମାଜିକ ଅଥବା ଛାପା ଗଣମାଧ୍ୟମରୁ ଖବର ପାଇ ଜଷ୍ଟିସ ଷଡଙ୍ଗୀଙ୍କ ଜନ୍ମ ସ୍ଥାନ ଓଡ଼ଗାଁ ଅଞ୍ଚଳରେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା। ପିଲାଟି ଦିନରୁ ନିଜ ଗାଁ ତଥା ଅଞ୍ଚଳ ପାଇଁ ବିଶେଷ ଆକର୍ଷଣ ରହିଥ‌ିବାରୁ ଏକଥାକୁ ଅଞ୍ଚଳବାସୀ ବେଶ ମନେ ରଖିଛନ୍ତି ଏବଂ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। କେବଳ…

Read More

ସାଇବର ସଚେତନତା ଲୋଗ ଉନ୍ମୋଚିତ, ଆସନ୍ତା ୨ ତାରିଖରୁ ବୁଲିବ ‘ସାଇରା’

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାଇବର ସଚେତନତା ଲୋଗ ଉନ୍ମୋଚିତ ହୋଇଛି । ନୟାଗଡ଼ ଏସପି ରାହୁଲ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଏସପି ସୂଚନା ଦେବା ସହ ଏହାର ଲୋଗକୁ ଉନ୍ମୋଚନ କରାଯାଇଥିଲା । ଆସନ୍ତା ୩୦ ତାରିଖ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ତରରେ ସଚେତନତା ରଥ ଉଦଘାଟନ କରିବେ । ନୟାଗଡ଼ ଜିଲ୍ଲାରେ ୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ରଥ ବୁଲିବା ସହ ସଚେତନତା ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ । ଏହି ରଥରେ ଭିଡିଓ ମାଧ୍ୟମରେ ସଚେତନ କରାଯିବା ପାଇଁଯୋଜନା ରହିଛି । ନୟାଗଡ଼ ଜିଲ୍ଲା ପୁଲିସ…

Read More

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରି ଏହି ଦିବସ ପାଳନ ନିମନ୍ତେ ସମସ୍ତଙ୍କର ଅକୁଣ୍ଠ ସହଯୋଗ କାମନା କରି କହିଥିଲେ ଯେ,ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୧ ତାରିଖରେ ବରିଷ୍ଠ ନାଗରିକ ଦିବସ ଜିଲ୍ଲାସ୍ତରରେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟସେବା ଶିବିର ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ବ୍ଲକରୁ ପ୍ରାୟ ୫୦ରୁ ୬୦ଜଣ ବରିଷ୍ଠ ନାଗରିକ ବ୍ଲକ ସାମାଜିକ କଲ୍ୟାଣ ଅଧିକାରୀମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିରକୁ ଆଣିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆଂଚଳିକ…

Read More