ଗଣିଆ ବସ ଷ୍ଟାଣ୍ଡର ଶୁଭ ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଣିଆ,(ନୟାଗଡ଼ ଦର୍ପଣ): ଆସନ୍ତା ତା.୨୩.୦୮.୨୦୨୩ ରିଖ ସନ୍ଧ୍ୟା ୫ ଘଟିକା ସମୟରେ ଆଭାସୀ ମାଧ୍ୟମରେ ଗଣିଆ ବସ ଷ୍ଟାଣ୍ଡର ଶୁଭ ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଗଣିଆ ଠାରେ ଏହିଉଦଘାଟନ କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନ ସାଧାରଣ ଉପସ୍ଥିତ ରହିବେ l ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଓଡ଼ଗାଁ ବସଷ୍ଟାଣ୍ଡର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଜିଲ୍ଲା ସସୱାଲ ହଲରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମ ବସଷ୍ଟାଣ୍ଡ ଯୋଜନାରେ ଓଡିଶାର ୨୧ଟି ବସଷ୍ଟାଣ୍ଡର ଶୁଭ ଉଦଘାଟନ ସହ ୧୨୪ଟି ବସ ଷ୍ଟାଣ୍ଡର ଶିଳାନ୍ୟାସ କରାଯିବ ।

Related posts