ଶୁଭେଚ୍ଛା ଏନସିସି ଜୁନିଅର୍ ଅଣ୍ଡର ଅଫିସର ଦିପ୍ତିମୟୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମହାବିଦ୍ୟାଳୟର, ସଂସ୍କୃତ ବିଭାଗର ଛାତ୍ରୀ ତଥା NCC ଜୁନିଅର୍ ଅଣ୍ଡର ଅଫିସର ଦିପ୍ତିମୟୀ ଡାକୁଆ ସାଧାରଣତନ୍ତ୍ର ଦିବସ ଶିବିର(2023), ନୂଆଦିଲ୍ଲୀରେ ସଫଳତାପୂର୍ବକ ଭାଗନେଇ ଜିଲ୍ଲା ତଥା ରଜ୍ୟପାଇଁ ଗୌରବ ଆଣିଥିବାରୁ ଆଜି ନୟାଗଡ଼ ଜିଲ୍ଲପାଳ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସାହୁ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦିପ୍ତି ହେଉଛନ୍ତି ନୟାଗଡ଼ ଅନ୍ତର୍ଗତ ବାଲୁଗାଁର ଶ୍ରୀ କୃଷ୍ଣଚନ୍ଦ୍ର ଡାକୁଆ ଓ ଶ୍ରୀମତୀ ଟୁନୀ ଡାକୁଆଙ୍କ ଝିଅ। ଏହି ଅବସରରେ ସେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ପ୍ରଧାନ, 1(O) girls’ BN, NCC, Bhubaneswar ର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣଲ୍ ବିକାଶ ମଣ୍ଡଳ, ଆଡାମ୍ ଅଫିସର୍ ସୀମା ଜୈଶ୍ୱାଲ୍ , ଏ.ଏନ୍.ଓ ଲେଫ୍ଟନାଣ୍ଟ ବିନ୍ଦୁଲତା ଷଣ୍ଢ, ବାପା, ମା ଏବଂ ବାଟାଲିୟନର ପ୍ରଶିକ୍ଷକମାନଙ୍କୁ  କୃତଜ୍ଞତା ଜ୍ଞାପନ କରିଛନ୍ତି।

Related posts