ନୂଆଗାଁ ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ବାଘ ଆତଙ୍କ

ନୂଆଗାଁ,(ନୟାଗଡ ଦର୍ପଣ): ମହିପୁର ବନାଞ୍ଚଳ ଅଧିନରେ ଥିବା ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘ ବୁଲୁଥିବା ନେଇ ବନ ବିଭାଗ ସୂଚନା ଦେଇଛି । ଜଙ୍ଗଲରେ ବାଘ ବୁଲୁଥିବା ନେଇ ଲୋକମାନେ ବନ ବିଭାଗକୁ ଜଣାଇଥିବା ବେଳେ ବନାଞ୍ଚଳ ଅଧିକାରୀ ପ୍ରମୋଦ ପଣ୍ଡା, ମହିତମା ଫରେଷ୍ଟର ରାକେଶ ସାହୁ, ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଅନୁସନ୍ଧାନ କରିବା ସମୟରେ କଲରା ପତରିଆ ବାଘର ପାଦ ଚିହ୍ନ ଦେଖୁବାକୁ ପାଇଥିଲେ । ଲୋକଙ୍କ ସୁରକ୍ଷିତ ପାଇଁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପ୍ରବେଶ ନ କରିବା ପାଇଁ ବନାଞ୍ଚଳ ଅଧିକାରୀ ପ୍ରମୋଦ ପଣ୍ଡା ପରାମର୍ଶ ଦେଇଥିବାବେଳେ ମହିତମା ଫରେଷ୍ଟର ରାକେଶ ସାହୁ ଲୋକଙ୍କୁ ସଚେତନ କରିଛନ୍ତି ।

Related posts