ନୟାଗଡ, (ନୟାଗଡ଼ ଦର୍ପଣ): ସ୍ଥାନୀୟ ନୀଳମାଧବ ହୋଟେଲ ଠାରେ ପୂଜ୍ୟପୂଜା କମିଟି ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ମଧୁ ବାବୁ କିଭଳି ଓଡିଆ ଜାତି ପାଇଁ ସମର୍ପିତ ଥିଲେ ଏପରିକି ଓଡିଆ ଜାତି ପ୍ରାଣ ଥିଲେ ସେ ସମ୍ପର୍କରେ ଉପସ୍ଥିତ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମଧୁ ବାବୁଙ୍କ ରଚିତ ଓଡିଆ ସ୍ବାର୍ଥ ସୁରକ୍ଷା ସମ୍ପର୍କିତ ପଦାବଳି ଗାନ କରା ଯାଇଥିଲା। ପୂଜ୍ୟପୂଜା କମିଟିର ବରିଷ୍ଠ ସଦସ୍ୟ ଗୋଦାବରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମର ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ, ଧୀରେନ୍ଦ୍ର କୁମାର ପଟ୍ଟନାୟକ ବିପିନ କୁମାର ସାହୁ, ବସନ୍ତ କୁମାର ରାଉତ, ରଘୁନାଥ ବିଶୋଇ, ଗୋପବନ୍ଧୁ ଲେଙ୍କା ଜିତେନ୍ଦ୍ର କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ଅମ୍ଳାନ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ମଧୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ
