ନୟାଗଡ଼ ଜିଲ୍ଲାର ଧନ୍ଦାମୂଳକ ଶିକ୍ଷାର୍ଥୀ ଙ୍କ ବିଶ୍ଵକର୍ମା ପୂଜା ପାଳନ।

ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ବିଶ୍ଵକର୍ମା ପୂଜା ଧୂମଧାମରେ ରାଜ୍ୟ ସାରା ପାଳିତ ହୋଇଛି। ଦେବଶିଳ୍ପି ବିଶ୍ଵକର୍ମା ସମସ୍ତ ଶିଳ୍ପ ଏବଂ ଶିଳ୍ପୀ ଙ୍କ କୂଳ ଦେବତା । ଦେବ ଶିଳ୍ପୀଙ୍କ ପୂଜାକୁ ନେଇ ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ। ଏଥର ବେଶ୍ ଧୂମଧାମରେ ବିଶ୍ଵକର୍ମା ପୂଜା ପାଳନ କରାଯାଉଛି ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ଵକର୍ମାଙ୍କ ପୂଜା ପାଳନ କରାଯାଇଥିଲେ ମଧ୍ୟ ଓଡ଼ିଶାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପୂଜା ପାଳନ କରିଛନ୍ତି। ଦେବ ଶିଳ୍ପୀ ବିଶ୍ଵକର୍ମା ସକଳ ଶିଳ୍ପ କଳାର ଜନକ ସେଥିପାଇଁ ଧନ୍ଦାମୂଳକ ଶିକ୍ଷା ଉପଲବ୍ଧ ଥିବା ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ପୂଜା ଅନୁଷ୍ଠିତ ହୋଇଛି।ନୟାଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ତଥା ନାରାୟଣ ଉଚ୍ଚ ବିଦ୍ୟାଳୟ (ଶରଣକୁଳ), ବଜେନ୍ଦ୍ର ହାଇ ସ୍କୁଲ (ନୟାଗଡ଼),ମଧ୍ୟ ଖଣ୍ଡ ନୋଡାଲ ହାଇ ସ୍କୁଲ (ଦଶପଲ୍ଲା) ରାଧାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ (ଚଣ୍ଡିବସ୍ତ),ଏସ ବି ହାଇ ସ୍କୁଲ (ବେଣା ଗାଡିଆ), ଉଇଭରସ କୋପରେଟିଭ ହାଇ ସ୍କୁଲ (ବାଇଗୁଣିଆ), ଖମାର ସାହି ନୋଡାଲ ହାଇ ସ୍କୁଲ (ଦଶପଲ୍ଲା) ଆଦି ବିଦ୍ୟାଳୟ ରେ ଧନ୍ଦାମୂଳକ ଶିକ୍ଷାର୍ଥୀ ମାନେ ବହୁ ନିରାଡମ୍ବର ସହକାରେ  ବିଶ୍ଵକର୍ମା ପୂଜା ପାଳନ କରିଛନ୍ତି।ଏଥିନେଇ ଛାତ୍ର ଛାତ୍ରୀ, ପ୍ରଶିକ୍ଷକ, ପ୍ରଶିକ୍ଷିକା ମାନେ ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି। ବିଭିନ୍ନ ପ୍ରକାର ତୋରଣ ସହ ବିଶ୍ଵ ରଚୟିତା ବିଶ୍ଵକର୍ମା ଙ୍କୁ ଆବାହନ କରିଛନ୍ତି।ବିଶ୍ଵକର୍ମା ପୂଜା ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶିକ୍ଷା ମଣ୍ଡଳ ଅଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଏବଂ ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଶିକ୍ଷା ସଂଯୋଜିକା ତଥା ମୁଖ୍ୟ ଭାରପ୍ରାପ୍ତ ଧନ୍ଦାମୂଳକ ଶିକ୍ଷା ବିଭାଗର ସଂଯୋଜିକା ଶ୍ରୀମତୀ ଶୁଭସ୍ମିତା ଦାସ ଶିକ୍ଷାର୍ଥୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜିଲ୍ଲାର ସମସ୍ତ ଧନ୍ଦାମୂଳକ ପ୍ରଶିକ୍ଷକ ଓ ପ୍ରଶିକ୍ଷିକା  ପୂଜା କାର୍ଯ୍ୟ କୁ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି।

Related posts