ନୟାଗଡ଼, (ନୟାଗଡ଼ ଦର୍ପଣ) : ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ଏକହଜା ତାଳ ଚାରା ରୋପଣର ଶୁଭାରମ୍ଭ ନୟାଗଡ଼ ରେଲୱେ ଷ୍ଟେସନ ନିକଟରେ କରାଯାଇଛି । ଅଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦର ସଦସ୍ୟଙ୍କ ସମେତ ନୟାଗଡ଼ର ଅନେକ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ । ଭାରତ ବିକାଶ ପରିଷଦର ସଦସ୍ୟମାନେ ହେଲେ ପ୍ରମୋଦ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ, ଉଦୟନାଥ ନାୟକ, ଦାମୋଦର ସାହୁ, ଦୁର୍ଯ୍ୟୋଧନ ସାହୁ, ଗୋବିନ୍ଦ ସାହୁ, ବସନ୍ତ ମିଶ୍ର, ପ୍ରଶାନ୍ତ ପଟ୍ଟନାୟକ, ପ୍ରଦୀପ କୁମାର ଡାକୁଆ, ଲକ୍ଷ୍ମୀଧର ମହାପାତ୍ର, ଅଜିତ କୁମାର ମିଶ୍ର ଓ ଗୋକୁଳ ଷଢଙ୍ଗୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରକାଶଥାଉ କି, ବିଗତ ଦୁଇବର୍ଷ ଧରି ଭାରତ ବିକାଶ ପରିଷଦ ତରଫରୁ ବାର୍ଷିକ ଏକହଜାର ଲେଖାଏଁ ତାଳ ଚାରା ରୋଲୱେ ଲାଇନ୍ କଡ଼ରେ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ୟୋକ୍ତାମାନଙ୍କ ମତରେ ତାଳଗଛ ଘଡ଼ଘଡ଼ି ମାରିବାରୁ ପ୍ରାଣୀଜଗତକୁ ବଞ୍ଚାଇଥାଏ । ଏଥିସହିତ ତାଳ ଗଛରେ ବାୟା ଚଢ଼େଇ ବସା କାରିଥାଏ, ଏହାର ପତ୍ରରୁ ବିଞ୍ଚଣା, ଆସନ, ଖେଳନା ଇତ୍ୟାଦି ପ୍ରସ୍ତ୍ୁତ ହୁଏ । ତାଳସଜ ଓ ପାଚିଲା ତାଳ ପ୍ରାଣୀ ସମାଜର ଏକ ଉତ୍ତମ ଖାଦ୍ୟ ଆକାରରେ ବ୍ୟବହାର କରାଯାଏ । ଆଗାମୀ ଦିନରେ କୁସୁମୀ ନଦୀ କୂଳରେ ତାଳଚାରା ରୋପଣ କରାଯିବା ନିମନ୍ତେ ସ୍ଥିର କରାଯାଇଛି ।
Related posts
-
ନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ତା.୨୪ ରୁ ୨୮ ତାରିଖ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି-ଯନ୍ତ୍ରପାତି... -
“ସ୍ମାଇଲ ନୟାଗଡ଼” ପକ୍ଷରୁ ଉଲ୍ଲାସ ଉତ୍ସବ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ମାଇଲ ନୟାଗଡ଼ ପକ୍ଷରୁ ଉଲ୍ଲାସ ଉତ୍ସବ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି... -
ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ସମାରୋହ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା...