ଡ୍ୟାନ୍ସ ନୟାଗଡ ଡ୍ୟାନ୍ସର  ସେମି ଫାଇନାଲ ଅନୁଷ୍ଠିତ, ଫାଇନାଲକୁ ଗଲେ  ୧୦ ପ୍ରତିଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ  ର  ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟ ର ଗୋଲ୍ଡେନ ଜୁବୁଲି ହଲ୍ ରେ ଏହାର ସେମି ଫାଇନାଲ ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ଜିଲ୍ଲାପରିଷଦ ର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିଲେ ଏବଂ  ଅତିଥି ଭାବରେ ନୟାଗଡ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ , ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ଦାମୋଦର ସାହୁ ଯୋଗ ଦେଇଥିଲେ। ଅତିଥି ମାନେ ନୟାଗଡ଼ର ଛୋଟ ଛୋଟ ପିଲାଙ୍କର ନୃତ୍ୟ ପ୍ରତିଭା ର ଭୂୟସୀ ପ୍ରଶଂସା କରିଥିଲେ ଏବଂ ସେମାନେ ଯେପରି ଏହି। ସୃଜନିକା ମାଧ୍ୟମରେ ରାଜ୍ୟରେ ଓ ଦେଶରେ ନାଁ କରନ୍ତୁ, ସେଥିପ୍ରତି ଯତ୍ନଶୀଳ ହେବା ପାଇଁ ପ୍ରେରଣା ଦେଇଥିଲେ। ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର,ଉପସଭାପତି ନିଳୀମା ନନ୍ଦ, ଟ୍ରଷ୍ଟି ଦେବେନ୍ଦ୍ର ପ୍ରସାଦ ପରମଗୁରୁ , ପ୍ରତାପ କୁମାର ସାହୁ  ପରିଷଦ ର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ। ପ୍ରଥମେ ଏହାର ଗାଲା ରାଉଣ୍ଡ ଅନୁଷ୍ଠିତ ହୋଇଥିଲା ଏବଂ ମୋଟ୍ ୩୫ ଜଣ ପ୍ରତିଯୋଗୀ ଙ୍କ ମଧ୍ୟରୁ ମାତ୍ର ୨୦ ଜଣ ସେମି ଫାଇନାଲ କୁ ଯୋଗ୍ୟ ବିବେଚିତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ମାତ୍ର ୧୦ ଜଣ ପ୍ରତିଭା ଗ୍ରାଣ୍ଡ ଫାଇନାଲ କୁ ଉନ୍ନୀତ ହୋଇଥିଲେ। ସେମାନେ ହେଲେ କେ.ଅଂଶୁମାନ, ଆଶ୍ରିତା ସ୍ନେହାଶ୍ରଦ୍ଧା, ଅଞ୍ଜଳିରାଣୀ ସିଂହଦେଓ, ନୈନାତନୟା, ଆର୍ଯ୍ୟାନ୍ ଅର୍ମାନ୍ ସାହୁ, ଆୟୁଷ ବିଶ୍ଵାଳ,ବଂଶିକା ସାଇ, ମୋକ୍ଷାଦା ମନସ୍ଵିନୀ, କରିଶ୍ମା ବେହେରା ଏବଂ ସୌମ୍ୟରଞ୍ଜନ ଜେନା । ବିଚାରକ ଭାବେ ସତ୍ୟବାନ୍ ପଶ୍ଚିମ କବାଟ, ସରିତା ସାହୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଧନେଶ୍ଵର ପ୍ରଧାନ ଏବଂ ଅଧ୍ୟାପିକା ପ୍ରିୟମ୍ବଦା ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୃଜନିକା ର ଏହି କାର୍ଯ୍ୟକ୍ରମ ର ସଫଳ କାମନା କରିଥିଲେ। ପରିଷଦ ର ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Related posts