ନୟାଗଡ଼, (ନୟାଗଡ଼ ଦର୍ପଣ): ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ବସି ଠିକାଦାର ଏବଂ ପୂର୍ତ୍ତ ବିଭାଗର ଅବହେଳା, ଅସହଯୋଗ ଏବଂ ସର୍ବପରି ଖାମଖିଆଲି ନୀତିର ତୀବ୍ର ନିନ୍ଦା କରିବା ସହ ପୂର୍ତ୍ତ ବିଭାଗକୁ ଦେଲେ ଚେତାବନୀ। ବାରମ୍ବାର ଅନୁରୋଧ ଏବଂ ସାକ୍ଷାତ ଆଲୋଚନା କରିବା ପରେ ମଧ୍ୟ ବିଭାଗ ତରଫରୁ ସହଯୋଗ ମିଳିଲା ନାହିଁ । ମା’ ଦକ୍ଷିଣକାଳୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ସରକାର ୩କୋଟି ୫୦ ଲକ୍ଷ ଟଙ୍କା ଅର୍ଥରାଶି ଅନୁଦାନ ଆକାରରେ ପ୍ରଦାନ କରିଥିଲେ । କାର୍ଯ୍ୟରତ ଠିକାଦାର ମନ୍ଦିର କାମ କଲାବେଳେ ବ୍ୟବହୃତ ଜେସିବି ମେସିନ୍, ପଥର ନେବାଆଣିବା ଏବଂ ପଥର ମନ୍ଦିର ଉପରକୁ ଉଠାଇ କାମ କଲାବେଳେ ମନ୍ଦିର ଭିତର ପାର୍ଶ୍ଵ ଚଟାଣ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ମନ୍ଦିର କାମ ସରିବା ପରେ…
Read MoreDay: December 16, 2025
ଶିକ୍ଷାର ବିକାଶ ପାଇଁ- ଶିକ୍ଷା ସଭା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୁଆଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ଶ୍ରୀବନ୍ତ ଦେଇପୁର ଠାରେ ଦୁରୁଦୁରା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଏକ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ରୁପେ ଶିକ୍ଷାବିତ୍ ଚରଣ ନାୟକ, ମୁଖ୍ୟବକ୍ତା ରୁପେ ନୟାଗଡ଼ ଇନ୍ନରହୁଇଲ୍ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ପୁର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ବାରିକ, ଫକୀରଚରଣ ସୁନ୍ଦରା, କବି ସମ୍ପଦ କୁମାର ଦାଶ, ବିଦ୍ୟାଳୟର ସଭାପତି ପ୍ରଦୀପକୁମାର ମହାପାତ୍ର, ଜିଲ୍ଲା ଆଇନ ପ୍ରାଧିକରଣ ନୟାଗଡ଼ର ସଭ୍ୟ ସଭ୍ୟା, ଆଇନଜୀବୀ ପ୍ରଦୀପ୍ତ କୁମାର ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଭକ୍ତବନ୍ଧୁ ବେହେରା ଓ ସାଧନ କେନ୍ଦ୍ରର ସଂଯୋଜକ ଶ୍ରୀଧର ବେହେରା ଆଦି ମଞ୍ଚ ମଣ୍ଡନ କରିଥିଲେ। ଉକ୍ତ ସଭାରେ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ…
Read Moreନୟାଗଡ଼ରେ ୬୮ଜଣଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ସହରୀ ଯୋଜନାର କାର୍ଯ୍ୟାଦେଶ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ଅଡ଼ିଟୋରିଅମରେ ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ବିଭିନ୍ନ ଓ୍ବାର୍ଡର ୭୮ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ସହରୀ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପୂର୍ବରୁ ଏହି ଯୋଜନାରେ ୨ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ୫୦ହଜାର ବୃଦ୍ଧି ହୋଇ ଦୁଇଲକ୍ଷ ୫୦ହଜାର ଟଙ୍କା ମିଳିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଉପସ୍ଥିତ ରହି ହିତାଧିକାରୀଙ୍କୁ ସମୟ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷକରି ୨୦ହଜାର ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ଅର୍ଥରାଶି ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହ ହିତାଧିକାରୀଙ୍କୁ ଯେମିତି ସଠିକ୍ ସମୟରେ ତାଙ୍କ ଟଙ୍କା ମିଳିବ ସେ ନେଇ ଅଧିକାରୀ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା…
Read More