ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ ୨୦୨୫ ଅନୁଷ୍ଠିତ

ରଣପୁର,(ନୟାଗଡ଼ ଦର୍ପଣ): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ସଭାଗୃହରେ ରାଜ୍ ୟୁଥ୍ ଫାଉଣ୍ଡେସନ, ରାଜସୁନାଖଳା ପକ୍ଷରୁ ରାଜ୍ୟ ସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ ଜିଲ୍ଲା ପରିଷଦର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ, ଉଦଘାଟକ ଭାବେ ଫ୍ରେଣ୍ଡସ କ୍ଳବ ମୁଖ୍ୟ ତଥା ପ୍ରତିଷ୍ଠାତା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ମୁଖ୍ୟ ବକ୍ତା ଭାବେ ସିପିଆଇଏମ ନେତା ଶ୍ରୀ ସୁରେଶ କୁମାର ସ୍ୱାଇଁ, ସମ୍ମାନୀତ ବକ୍ତା ଭାବେ ରାଜସୁନାଖଳା ଜୋନ୍ ଜିଲ୍ଲା ପରିଷଦ ଶ୍ରୀମତୀ ଭୁବନେଶ୍ୱରୀ ସାହୁ, ସମ୍ମାନିତ ଅତିଥି ଭାବେ ଯୁବନେତା ତଥା ସମାଜସେବୀ ଶ୍ରୀ ବାସୁଦେବ ସାହୁ, ଗାୟତ୍ରୀ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ନାୟକ, ପୂର୍ବତନ…

Read More

ନୂତନ ପେନସନଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ଶୋଭାଯାତ୍ରା ଓ ପ୍ରତିବାଦ ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରୀ ହାଇସ୍କୁଲ ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ଏକ ପ୍ରତିବାଦ ସଭା ଓ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନୟାଗଡ଼ ଜିଲ୍ଲାର ସମସ୍ତ ୮ ଟି ବ୍ଳକରୁ ସଂଘର ଶତାଧିକ ସକ୍ରିୟ ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେଇଥିଲେ। ୨୦୦୪ ରୁ ୨୦୧୩ ମସିହାମଧ୍ୟରେ ଠିକା ଶିକ୍ଷକ ଭାବରେ ନିଯୁକ୍ତି ପାଇଥିବା ଶିକ୍ଷକ ମାନେ, ଓଡ଼ିଶା ସରକାରଙ୍କ ଆର୍ଥିକ ଦୂରବସ୍ଥା ସମୟରେ ମାତ୍ର ୨୫୦୦ଟଙ୍କା/ ୧୫୦୦ ଟଙ୍କା ମାସିକ ଦରମାରେ ଶିକ୍ଷାଦାନ କରିଥିଲେ। ସରକାର ୨୦୦୩ ମସିହାରେ ଓ ୨୦୦୫ ମସିହାରେ ଠିକା ଶିକ୍ଷକ ନିଯୁକ୍ତି ବିଜ୍ଞାପନରେ ସେତେବେଳେ ଆର୍ଥିକ ସଙ୍କଟ ତଥା ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଘୋର ଅଭାବ ଯୋଗୁଁ ଠିକା ନିଯୁକ୍ତି ଦିଆଯାଇଥ‌ିବା ସ୍ପଷ୍ଟ ଭାବରେ ପ୍ରକାଶ କରିଥିଲେ ।…

Read More