ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଯଦୁମଣି ବରିଷ୍ଠ ନାଗରିକ ମଞ୍ଚ ଆନୁକୁଲ୍ୟରେ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଏନ୍.ସି.ସି କ୍ୟାଡେଟ୍ ମାନେ ବିଦ୍ୟାଳୟ ପରିସରରେ ଅର୍ଜ୍ଜୁନ, ପଣସ, ବଉଳ, ଗଙ୍ଗଶିଉଳି ଆଦି ଉପାଦେୟ ଚାରା ରୋପଣ କରିଥିଲେ। ବୃକ୍ଷରୋପଣର ଉପକାରିତା ଓ ଆବଶ୍ୟକତା ବିଷୟରେ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନେ ଏନ୍.ସି.ସି କ୍ୟାଡେଟମାନଙ୍କୁ ଅବଗତ କରାଇବା ସହ ଗଛକୁ ବଂଚାଇ ରଖିବା ଦିଗରେ ଯତ୍ନଶୀଳ ହେବାପାଇଁ ପରାମର୍ଶ ଦେଇଥିଲେ। ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଡ.ରଙ୍ଗନାଥ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସଦସ୍ୟ ଡା. ରାଜକିଶୋର ବରାଡ, ଦୁର୍ଯ୍ୟୋଧନ ନାୟକ, ରମେଶ ଚନ୍ଦ୍ର ପଟ୍ଟନାୟକ, ମାଗୁଣି ଚରଣ ଖଣ୍ଡା ପ୍ରମୁଖ ସହଯୋଗ କରିଥିଲେ।
Read More