ସାହିତ୍ୟ ଉତ୍ସବର ପ୍ରସ୍ତୁତି ବୈଠକ ଓ କଣ୍ଠଶିଳ୍ପୀ ପଙ୍କଜ ଉଦାସଙ୍କୁ ଶ୍ରଦ୍ଧାଞ୍ଜଳି

ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ତିନି ତାରିଖ ନୟାଗଡ ବଲାଙ୍ଗୀ ପାର୍କ ପରିସରରେ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜିଲ୍ଲା ଲେଖକ୍ ପରିଷଦ ସଂପାଦକ ଶେଖ୍ ଅବଦୁଲ୍ ଖାଲିକଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସଭିଙ୍କ ସହଯୋଗ ରହିବ ବୋଲି ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହେଲା। ପରେ ପରେ ସ୍ଵନାମଧନ୍ୟ ଗଜଲ୍ ଗାୟକ ସ୍ବର୍ଗତ ପଙ୍କଜ ଉଦାସଙ୍କ ସୃଷ୍ଟି ଉପରେ ଆଲୋଚନା କରାଯାଇଥିଲା। କଣ୍ଠଶିଳ୍ପୀ ଡ. ଆଶୁତୋଷ ମିଶ୍ର ସ୍ବର୍ଗତ ପ୍ରତିଭାଙ୍କ କାଳଜୟୀ ଗଜଲ୍ ଗାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶେଖ୍ ଅବଦୁଲ୍ ଖାଲିକ୍ ଓ ଗୋପୀନାଥ ସେଠୀ ସ୍ବର୍ଗତ ପଙ୍କଜ ଉଦାସଙ୍କ ଗଜଲ୍ ଗାନ କରି ପରିବେଶକୁ ଗାମ୍ଭିର୍ଜମୟ କରିଥିଲେ। ସ୍ବର୍ଗତ ଆତ୍ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଲେଖା ଯାଇଥିବା…

Read More