ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା: ଶିକ୍ଷକର କେବେ ଅବସର ନଥାଏ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ  ପଶ୍ଚିମ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠି ଏପରି ମତବ୍ୟକ୍ତ କରିଥିଲେ।  ଶ୍ରୀମତୀ ମିଶ୍ରଙ୍କର ଦୀର୍ଘ ଦିନର ସେବା, ସମର୍ପଣ ତଥା ଶିକ୍ଷା ପ୍ରତି ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବା ସହିତ ପିଲାମାନଙ୍କୁ ଶିଖାଇଥିବା ଶ୍ରମ, ଶୃଙ୍ଖଳା,ମୂଲ୍ୟବୋଧ ଏବଂ ସଠିକ ପଥରେ ଚାଲିବାର ଉପାୟ ସଦାସର୍ବଦା ପିଲାମାନଙ୍କୁ ଆଲୋକମୟ ପଥରେ ଚାଲିବା ପାଇଁ ସାହାଯ୍ୟ କରିବ ବୋଲି  ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ,…

Read More

ଷଷ୍ଠ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସମ୍ବର୍ଦ୍ଧନା ପରିବାରର ପ୍ରତିଷ୍ଠାତା ସଦସ୍ୟ ଦିନବନ୍ଧୁ ମହାପାତ୍ର, ଗୋଦାବରୀ ବସନ୍ତିଆ ଓ ରାଜେଶ କୁମାର ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୩୦ ତାରିଖ ରବିବାର ଦିନ ଶରଣକୁଳ କୁସୁମୀ ନଦୀ ପାର୍ଶ୍ଵରେ ଅବସ୍ଥିତ ହରିହରପୁର ଗ୍ରୀନ କ୍ଳବ୍ ପରିସରରେ “ସମ୍ବର୍ଦ୍ଧନା “ପରିବାର ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ପରିବାରର ସଭାପତି କବି କୁସୁମ ନିରାକାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ଶାନ୍ତନୁ କୁମାର ରଥ, ପ୍ରାକ୍ତନ ନିର୍ଦ୍ଦେଶକ ଆକାଶବାଣୀ କଟକ ଓ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର, ଏବଂ ସମ୍ମାନିତ ଅତିଥି ଭାବରେ ଡକ୍ଟର ଯଦୁନାଥ ପ୍ରଧାନ, ପ୍ରାକ୍ତନ ଅଧ୍ୟକ୍ଷ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ, ଭବାନୀପାଟଣା, ମୁଖ୍ୟ ଉପଦେଷ୍ଟା ଭାବରେ ଡକ୍ଟର ବେଣୁଧର…

Read More