ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ ଉଦଘାଟିତ ହୋଇଯାଇଛି । ଅପରାହ୍ନ ୨ ଘଟିକା ସମୟରେ ଏକ ମଶାଲ ଶୋଭାଯାତ୍ରାରେ ପଞ୍ଚୁପାଣ୍ଡବଙ୍କ ବେଶରେ ସୁସଜିତ୍ ହୋଇ କଳାକାର ମାନେ ନାମ ସଙ୍କୀର୍ତ୍ତନ, ଦୁଲୁ ଦୁଲି ବାଜାରେ ପଞ୍ଚୁପାଣ୍ଡବଙ୍କ ପୀଠରୁ ବାହାରି ନୂଆଗାଁ ବିରୁପାଖେଶ୍ଵର ମନ୍ଦିର ଏବଂ ଶହୀଦ କଷ୍ଟି ଡାକୁଆ ସ୍ମୃତିମଣ୍ଡପ, ନୂଆଗାଁ ବଜାର ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚିଥିଲେ। ଉଦଘାଟକ ଭାବେ ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶାର ଦକ୍ଷ ନେତା ସୁରେଶ କୁମାର ରାଉତରାୟ ମଶାଲ ଶୋଭାଯାତ୍ରାରେ ଆସି ମହୋତ୍ସବ ପଡ଼ିଆରେ ପହଞ୍ଚି ପତାକା ଉତ୍ତୋଳନ କରିବା ସହ ମହୋତ୍ସବକୁ ଉଦ୍ଘାଟନ କରିଥଲେ। ତତସହିତ ବୃତଙ୍ଗ ପ୍ରକଳ୍ପ ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ବିଧାୟକ…
Read More