ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସରେ ବାହାଡ଼ା ଝୋଲା ଉଚ୍ଚ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଙ୍କ କମାଲ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ବାରା ତା ୨୨.୦୧.୨୦୨୫ ରିଖ ଠାରୁ ୨୪.୦୧.୨୦୨୫ରିଖ  ଆୟୋଜିତ ତିନି ଦିନିଆ ଷ୍ଟଡି କ୍ୟାମ୍ପରେ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ନବମ ଶ୍ରେଣୀର ଦୁଇ ଛାତ୍ର ଶୁଭମ ମହାପାତ୍ର ଓ ବଦ୍ରି ନାରାୟଣ ସାହୁ କୃତିତ୍ୱ ହାସଲ କରିଛନ୍ତି । ଜିଲ୍ଲାରେ ଓଡ଼ିଆ ଏକ୍ସଟେମ୍ପୋରରେ ଶୁଭମ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ଇଂଲିଶ ଏକ୍ସଟେମ୍ପୋରରେ ବଦ୍ରି ନାରାୟଣ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ଉଦଯାପନୀ ସଭାରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ, ବ୍ଲକ୍ ଶିକ୍ଷଧିକାରୀ ଗୀତଞ୍ଜଳି ସାହୁ, ଆଇପି ଅନିଲ କୁମାର ଦାସ, ଜେ ଆରସି ଓ ସନ୍ୟାସୀ ପ୍ରଧାନ, ରଘୁନାଥ ବିଦ୍ୟାପୀଠର…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପାଳନ ହୋଇଯାଇଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ । ଶିକ୍ଷାକେନ୍ଦ୍ରର ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ୍ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ସାମାଜିକ ଅନୁଷ୍ଠାନ ନିସ୍ବାର୍ଥର ସଂପାଦକ ତଥା ବରିଷ୍ଠ ସମାଜସେବୀ ଅରୁଣ କୁମାର ମହାନ୍ତି ଓ ମୁଥାଗାଡିଆ ଗ୍ରାମ ପଞ୍ଚାୟତ ସରପଂଚ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ ବିଦ୍ଯାଳୟ ପ୍ରାଙ୍ଗଣରେ ସ୍ଥାପିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଗୁରୁଜୀ ଗୁରୁମା ଓ ଅତିଥିମାନେ ଦୁଇ ମହାପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ।…

Read More

ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ର ଦୁଇ ବରପୁତ୍ର ମହାନ ସଂଗ୍ରାମୀ, ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅଗ୍ରଦୂତ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ନୟାଗଡ଼ର ପୂଜ୍ୟପୂଜା ସଂଗଠନ ତଥା ସିଭିଲ ସୋସାଇଟ୍ ତରଫରୁ ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ପୂଜ୍ୟପୂଜା ସଂଗଠନ ର ସଭାପତି ପ୍ରସନ୍ନ କୁମାର ବସନ୍ତିଆ ଏବଂ ସିଭିଲ ସୋସାଇଟ୍ ର ସଭାପତି ଗୋଦାବରୀଶ ସାହୁ ଙ୍କ ଆବାହକତ୍ୱ ଏବଂ ଧୀରେନ୍ଦ୍ର ପଟ୍ଟନାୟକଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ଦୁଇ ବରପୁତ୍ରଙ୍କ ଫଟୋଚିତ୍ରରେ  ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ସୁବକ୍ତା ରାମକୃଷ୍ଣ ରଥ, ପୂଜ୍ୟପୂଜା ସଂଗଠନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିକ୍ଷାବିତ୍ ନିରଞ୍ଜନ ମିଶ୍ର, ଶିକ୍ଷାବିତ୍ ଶ୍ରୀଧର ସାହୁ ପ୍ରମୁଖ  ଦୁଇ ସଂଗ୍ରାମୀଙ୍କ ଜୀବନୀ, ବିପ୍ଳବ ଓ ତ୍ୟାଗପୂତ…

Read More