ନୟାଗଡ଼ରେ ବିଜେପିର ବିଶାଳ ବାଇକ୍ ଶୋଭାଯାତ୍ରା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେପି ପକ୍ଷରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ନୟାଗଡ଼ ବିଜିପୁର ଗେଟ ଠାରୁ ନୟାଗଡ଼ ପୁରୁଣା ରାଜବାଟି ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ଦଳୀୟ କାର୍ଯ୍ୟକର୍ତ୍ତା। ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ନୟାଗଡ଼ର ବିଜେପି କର୍ମୀଙ୍କ ମହଲରେ ଉତ୍ସାହ ସୃଷ୍ଟି ହୋଇଛି। ଏହି ଶୋଭାଯାତ୍ରାରେ ରାସ୍ତାର ପ୍ରତ୍ୟେକ ଗାଁ ମୁଣ୍ଡରେ ପ୍ରତ୍ୟୁଷାଙ୍କୁ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମବାସୀ ସମ୍ବର୍ଦ୍ଧିତ କରୁଥିବା ଦେଖିବାକୁ ମିଳିଥିଲା। ପ୍ରବଳ ଖରା ସତ୍ତ୍ୱେ ମୋ ପ୍ରତି ନୟାଗଡ଼ବାସୀଙ୍କ ଏହି ଅଦ୍ଭୂତପୂର୍ବ ସମ୍ମାନ ପାଇଁ ସେମାନଙ୍କ ନିକଟରର ଚିରଋଣୀ ହୋଇ ରହିବା ସହ ନୟାଗଡ଼ିଆ ତଥା ଭାରତୀୟ ଜନତା ପାର୍ଟି…

Read More