ଦେବଦୂତ୍ତ ସେବା ପରିଷଦ ପକ୍ଷରୁ ବନ ମହୋତ୍ସବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରତିବର୍ଷ ଜୁଲାଇ ମାସରେ ବନ ମହୋତ୍ସବ ପାଳିତ ହେଉଥିବା ବେଳେ ଏ ବର୍ଷ ମଧ୍ୟ ବର୍ଷାକୁ ଦେଖି ଦେବଦୂତ୍ତ ସେବା ପରିଷଦ,  ନୟାଗଡ ପକ୍ଷରୁ ଅନୁଷ୍ଠାନର ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ଦୁର୍ଗାପ୍ରସାଦ, ନୂଆ ଘଡୁଆଳ, ନୟାଗଡ଼ ପରି ଅନେକ ଖାଲି ସ୍ଥାନ, ମଶାଣି ଏବଂ ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଏଯାବତ ସମସ୍ତେ ମିଶି ପ୍ରାୟ୧୦୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିସାରିଲେଣି। ଦୁର୍ଗାପ୍ରସାଦ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ପରୀକ୍ଷିତ ପ୍ରଧାନ,  ନୂଆ  ଘଡୁଆଳ ଗ୍ରାମର ସେନା ବାହିନୀରେ କାର୍ଯ୍ୟରତ ସୁରେଶ କୁମାର ପାଳ ଓ ଯୁବ ବେବସାୟୀ ମୁନା ପ୍ରଧାନ ସହଯୋଗ କରିଥିଲେ। ସେବା ପରିଷଦ ମୁଖ୍ୟ ଉମାକାନ୍ତ ମହାପାତ୍ର ଙ୍କ ଅଧକ୍ଷତା ରେ ଏହି ବର୍ଷ ର ବୃକ୍ଷରୋପଣ ଆରମ୍ଭ କରିଦେଇଛନ୍ତି। ସେବା ପରିଷଦ ର ସକ୍ରିୟ…

Read More

୪ଦିନହେବ ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ ବନ୍ଦ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଗ୍ରାମ ପଂଚାୟତ ଅଧୀନରେ ଥିବା ରଥିପୁର ଅଙ୍ଗନବାଡ଼ି କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ଭିତରେ ଥିବା ଅଭିଯୋଗ ପୂର୍ବରୁ ହୋଇଆସୁଥିଲା। ଯେମିତି କି ଅଙ୍ଗନବାଡି କର୍ମୀ ଲିପ୍ସା ନାୟକ କେନ୍ଦ୍ରକୁ ମାଡୁନଥିବା ଠାରୁ ଆରମ୍ଭ କରି ହିତାଧିକାରୀଙ୍କ ପାଇଁ ଆସୁଥିବା ଖାଦ୍ୟକୁ ଅଙ୍ଗନବାଡି କେନ୍ଦ୍ରରେ ନରଖି ନିଜ ଘରେ ରଖି ହିତାଧିକାରୀଙ୍କୁ ବଣ୍ଟନ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଥିଲା ଅଙ୍ଗନବାଡି କର୍ମୀଙ୍କ ନାମରେ। ଗତ ଏପ୍ରିଲ ୨୮ତାରିଖରେ ମଧ୍ୟ ଅଙ୍ଗନବାଡି କର୍ମୀ କେନ୍ଦ୍ରକୁ ଯାଉନଥିବା ସହ ଫୋନ ଉଠାଉନଥିବା ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ଜଣାଇଥିଲେ ହେଲ୍ପର ରଂଜିତା ପରିଡ଼ା। ପରେ ଅଙ୍ଗନବାଡ଼ି କର୍ମୀଙ୍କ ବାପା ଫୋନ କରି ହେଲ୍ପରଙ୍କୁ ତାଗିଦ କଲାଭଳି ମନ୍ତବ୍ୟ ଦେଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପରେ…

Read More

ନୟାଗଡ ଜିଲ୍ଲା କଂଗ୍ରେସ କମିଟି ଓ ବାମପନ୍ଥୀଙ୍କ ଦ୍ଵାରା ନୟାଗଡରେ ଓଡିଶା ବନ୍ଦ ସଫଳ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ସହରରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ଓ ବାମପନ୍ଥୀ ଓ ମିଳିତ ବିରୋଧ ଦଳ ପକ୍ଷରୁ ନୟାଗଡ ସହରରେ ଭାରତ ବନ୍ଦ ପୂର୍ଣ୍ଣ ମାତ୍ରାରେ ସଫଳ ହୋଇଛି।ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଦାସଙ୍କ ଆହ୍ଵାନ ଓ ଓଡ଼ିଶାର ସମସ୍ତ ବାମପନ୍ଥୀ ଦଳ ଓ ସମଭାବପନ ମିଳିତ ବିରୋଧ ଦଳ ପକ୍ଷରୁ ଡ଼ାକରା ଦିଆଯାଇଥିବା ଓଡିଶା ବନ୍ଦ ଆଜି ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରେ ପୂର୍ଣ୍ଣ ସଫଳ ହୋଇଛି  ଫକୀର ମୋହନ ସ୍ଵଂୟଶାସିତ ମହାବିଦୟାଳୟର ଅସହାୟ ଛାତ୍ରୀ ସୌମ୍ୟାଶ୍ରି ଆତ୍ମାହୁତି ଉଦ୍ୟମ କରି ଦୁଇଦିନ କାଳ ଭୁନେଶ୍ବରସ୍ଥିତ ଏମ୍ସ ମେଡିକାଲ୍ ଠାରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜି ଦେଇଥିଲେ। ତାଙ୍କ ମୃତ୍ୟୁ ସହ ରାଜ୍ୟରେ ମାନବିକତାର ମଧ୍ୟ ଦୁଃଖଦ ଅନ୍ତ ଘଟିଛି। ଜଣେ ଅଧ୍ୟାପକଙ୍କ ଯୌନ…

Read More

ନୟାଗଡ଼ରେ ବନ୍ଦ ପାଳନ ସଫଳ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶୌମ୍ୟାଶ୍ରୀ ମୃତ୍ୟୁର ପ୍ରତିବାଦରେ ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଜାତୀୟ କଂଗ୍ରେସ ଓ ବାମପନ୍ଥୀ ଦଳମାନଙ୍କ ଆହ୍ଵାନରେ ସଂଗଠିତ ବନ୍ଦ ଆନ୍ଦୋଳନକୁ ଜନସାଧାରଣଙ୍କ ସ୍ଵତଃସ୍ପୃତ ସମର୍ଥନ ହେତୁ ବନ୍ଦ ସଫଳ ହୋଇପାରିଛି। ଦଳୀୟ କର୍ମୀମାନେ ସକାଳୁ ସକାଳୁ ନୟାଗଡ଼ ମୁଖ୍ୟ ଛକରେ ଧାରଣା ଦେଇ ପିକେଟିଙ୍ଗ୍ କରିଥିଲେ ଏବଂ ନାରାବାଜି କରି ଛକକୁ ଅବରୋଧ କରିଥିଲେ। ଦୋକାନ ବଜାର, ଗାଡିମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଦଳୀୟ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଳକ ଅଫିସ, ବୀମା, ବ୍ୟାଙ୍କ, ସ୍କୁଲ, କଲେଜ ଆଗରେ ପିକେଟିଙ୍ଗ୍ କରି କାର୍ଯ୍ୟ ବନ୍ଦ କରାଇଥିଲେ। ଓକିଲ ସଂଘ ପକ୍ଷରୁ ଆନ୍ଦୋଳନକୁ ସମର୍ଥନ କରି ଜିଲ୍ଲା ଜଜକୋର୍ଟ ଠାରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୂ  କାର୍ଯ୍ୟରୁ ନିବର୍ତ୍ତାଇ ଥିଲେ ଓ ବସ୍ତୁତଃ କୋର୍ଟ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ବିକ୍ଷୋଭକାରୀ…

Read More