ଇନର ହୁଇଲ କ୍ଲବ ପକ୍ଷରୁ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵ ଯୁବ ଦକ୍ଷତା ଦିବସ ଅବସରରେ “ଇନର ହୁଇଲ କ୍ଲବ”  ଦ୍ୱାରା ନୟାଗଡ଼ ସ୍ଥିତ ନୂଆରାଜବାଟି ଠାରେ ଥିବା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଇନର ହୁଇଲ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ, ସମ୍ପାଦିକା ରଶ୍ମିତା ଚୌଧୁରୀ ଓ କ୍ଲବର ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ  ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା  ଦିଲ୍ଲୀପ କୁମାର ମହାପାତ୍ର, ଅଧ୍ୟକ୍ଷ ବସନ୍ତ କୁମାର ମିଶ୍ର, ଟାଏକୋଣ୍ଡା ଶିକ୍ଷକ ଭବାନୀଶଙ୍କର ରାୟଗୁରଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ । ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ଅନ୍ତନିର୍ହିତ ଦକ୍ଷତାକୁ ପ୍ରଦର୍ଶନ କରିଥିଲେ । ଉତ୍କୃଷ୍ଟ ମାନର ଦକ୍ଷତା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ କ୍ଳବତରଫରୁ ଟ୍ରଫି ଓ…

Read More

୧୭ ଜୁଲାଇ ଓଡ଼ିଶା ବନ୍ଦକୁ ନୟାଗଡ଼ ଜିଲ୍ଲାରେ ସଫଳ କରିବା ପାଇଁ କଂଗ୍ରେସ ଓ ବାମ ପନ୍ଥି ଦଳ ପକ୍ଷରୁ ଆହ୍ବାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି, ସିପିଆଇ ଏମ, ସିପିଆଇ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ମିଳିତ ବିରୋଧୀ ଦଳ ପକ୍ଷରୁ ଆହ୍ବାନ କରାଯାଇଥିଲା। ଆସନ୍ତାକାଲି ହେବାକୁ ଥିବା ଓଡିଶା ବନ୍ଦକୁ ସଫଳ କରିବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଭିନ୍ନ ସଙ୍ଗଠନର ନେତୃମଣ୍ଡଳୀ ଅନୁରୋଧ କରିଥିଲେ। ନ୍ୟାୟ ପାଇଁ ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅସହାୟ ଛାତ୍ରୀଜଣକ ଆତ୍ମାହୁତି ଉଦ୍ୟମ କରିଥିଲେ। ଦୁଇଦିନ କାଳ ଭୁବନେଶ୍ୱର ଏମସ୍‌ଠାରେ ମୃତ୍ୟୁସହ ସଂଗ୍ରାମ କରି ଶେଷରେ ସେ ଆଖି ବୁଜିଛନ୍ତି । ତାଙ୍କ ମୃତ୍ୟୁ ସହ ରାଜ୍ୟରେ ମାନବିକତାର ମଧ୍ୟ ଦୁଃଖଦ ଅନ୍ତ ଘଟିଛି । ଜଣେ ଜହ୍ଲାଦ ଅଧ୍ୟାପକଙ୍କ ଯୌନ ଆବେଦନ ଓ ନିର୍ଯାତନା ବିରୋଧରେ…

Read More

ଦଶପଲ୍ଲାରେ DYFIର ଦଶପଲ୍ଲା ବ୍ଲକ ସମ୍ମିଳନୀ ଅନୁଷ୍ଠିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେଶନ(DYFI)ର ଦଶପଲ୍ଲା ବ୍ଲକ ସମ୍ମିଳନୀ ଆଜି ସ୍ଥାନୀୟ ଇଲେଭେନ୍ ଷ୍ଟାର କ୍ଳବ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀକୁ ସଂଗଠନର ରାଜ୍ୟ ସଭାପତି ସରୋଜ କୁମାର ନାୟକ ଉଦଘାଟନ କଲାପରେ ବ୍ଲକ  ସମ୍ପାଦକ ବିପିନ୍ କୁମାର ବାଜୁ ରିପୋର୍ଟ ଉପସ୍ଥାପନ କରିଥିଲେ। ରିପୋର୍ଟ ଉପରେ ପ୍ରତିନିଧିମାନେ ଆଲୋଚନା କଲାପରେ ତାହା ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଅନ୍ୟତମ ଅତିଥି ଜିଲ୍ଲା କୋଷାଧ୍ୟକ୍ଷ ଧିରେନ୍ କୁମାର ପାତ୍ର ଉଦବୋଧନ ଦେବାପରେ ଆଗାମୀ ତିନି ବର୍ଷ ପାଇଁ ଏକ କମିଟି ନିର୍ବାଚିତ କରା ଯାଇଛି। ଏହି କମିଟିର ସଭାପତି ପ୍ରକାଶ ମଣ୍ଡଳ,ସମ୍ପାଦକ ସୁଧାଂଶୁ ଶେଖର ନାୟକ ଓ କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ନାୟକ ସମେତ ସାତ ଜଣିଆ କମିଟି ଗଠନ କରାଯାଇଛି। ଶେଷରେ ବିଶିଷ୍ଟ  ବାମପନ୍ଥୀ ନେତା ଆଡଭୋକେଟ ଶରତ…

Read More