ନୟାଗଡ଼,(ନୟାଗଡ଼ ଦର୍ପଣ): ଅଲ ଓଡ଼ିଶା ଚେସ ଆସୋସିଏସନ, ଭୁବନେଶ୍ୱର ଏବଂ ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ମିଳିତ ସହଯୋଗରେ ଚଳିତ ମାସ ୧୬ ତାରିଖରୁ ଗ୍ରୀଷ୍ମକାଳୀନ ଚେସ ପ୍ରଶିକ୍ଷଣ ଶିବିର ଏନଏସି ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହେବ। ସମ୍ପୂର୍ଣ୍ଣ ଦେୟମୁକ୍ତ ଏହି ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଅଂଶ ଗ୍ରହଣ କରିପାରିବେ। ଦୀର୍ଘ ୧୨ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ପାଇଁ ପିଲାମାନଙ୍କୁ ପ୍ରବେଶିକା ଫିସ ବାବଦରେ କେବଳ ଦୁଇଶହ ଟଙ୍କା ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ ଫିସ ଦେବାକୁ ପଡ଼ିବ ନାହିଁ। ଏ ନେଇ ଆଜି ଜିଲ୍ଲା ଚେସ ଆସୋସିଏସନ ପକ୍ଷରୁ ସ୍ଥାନୀୟ କେସି କ୍ଳବ ସଭାଗୃହରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ…
Read More