ଶ୍ରୀକ୍ଷେତ୍ର ଧାମରେ ସାମ୍ବାଦିକାଙ୍କୁ ସେବାୟତ ଙ୍କ ଆକ୍ରମଣ ଘଟଣା

ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକ ପତ୍ର ଦେଲା ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତିବାଦ କରି ଆଜି ୧୧ଘଟିକା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ପବିତ୍ର ଶ୍ରୀକ୍ଷେତ୍ର ଧାମରେ କାର୍ଯ୍ୟରତ ସାମ୍ବାଦିକା ଳିନୁ ନାୟକଙ୍କୁ ମାଡ଼ ମାରିବା ଘଟଣା ନେଇ ସାରା ରାଜ୍ୟରେ ନିନ୍ଦା କରାଯାଇଛି। ଏହି ଘଟଣାକୁ ନେଇ ସାମ୍ବାଦିକ ମାନେ ୩୬ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅନଶନରେ ବସିଥିଲେ ହେଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଦୁଃଖ ଦାୟକ ବୋଲି ଜଣାପଡ଼ିଛି। ରାଜ୍ୟର ଅନେକ ସାମ୍ବାଦିକ ସଙ୍ଘ ଏ ଘଟଣାର ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଅନୁରୂପ ଭାବେ ଉକ୍ତ…

Read More

ଓଡ଼ିଆ ପକ୍ଷ ପାଳନ ନେଇ ରକ୍ତ ଦାନ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ ପାଳନ ୨୦୨୫ ଅବସରରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଡ଼ିଶା ରକ୍ତ କେନ୍ଦ୍ର ଠାରେ ଜିଲ୍ଲା ରେଡ କ୍ରସ, ରେଡକ୍ରସ ଭଲ୍ୟୁଣ୍ଟିରର୍ସ ଫୋରମ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଉଦ୍ୟମରେ ‘ରକ୍ତ ଦାନ ଦିବସ’ ଅଭିଯାନ ଏପ୍ରିଲ ୮ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ଦାନ ଦିବସ ଅଭିଯାନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଶାନ୍ତ କୁମାର ଦାସ, ଏଡିଏମ ଡ଼. ଅଜୟ କୁମାର ବାହିନୀପତି, ଡେପୁଟି କଲେକ୍ଟର ତପତି ରାଜ, ଡ଼ ପୀତବାସ ନାୟକ, ଡ଼ ମୋନାଲିସା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ତତ ସହିତ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବିଜେପି ନେତା ସନ୍ତୋଷ ପ୍ରଧାନ, ଦାମୋଦର ସାହୁ ଉପସ୍ଥିତ ଥିଲେ। ରେଡ଼କ୍ରସ ଭଲ୍ୟୁଣ୍ଟର୍ସ ଫୋରମର ଉପଦେଷ୍ଟା ବିଭୁତି…

Read More