ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମିହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହିତ ପରେଡ ଅଭିବାଦନ ଗ୍ରହଣ କରିଥିଲେ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷାକର୍ମୀ ଏବଂ ବହୁ ପୁରାତନ ଛାତ୍ର ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଲେ. ଗୋଲୋକ ବିହାରୀ ନାୟକ, ଲେ. ବିନ୍ଦୁଲତା ଷଣ୍ଢ, ଲେ. କମଳ କୁମାର ବର୍ମା। ଉଲ୍ଲେଖଯୋଗ୍ୟ ଯେ ସମର ଶିକ୍ଷାର୍ଥୀ ବାହନୀର ନୌବାହିନୀ ବର୍ଗ ଜିଲ୍ଳାସ୍ତରୀୟ ପରେଡ୍ ରେ ଅଂଶ ଗ୍ରହଣକରି ‘ବେଷ୍ଟ୍ କଣ୍ଟିଜେଣ୍ଟ’ ପୁରସ୍କାର ପ୍ରାପ୍ତହୋଇ ମହାବିଦ୍ୟାଳୟକୁ ଗୌରବାନ୍ଵିତ କରିଛନ୍ତି। ଅଧ୍ୟକ୍ଷ ଡ. ପଟ୍ଟନାୟକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ପତାକା ଉତ୍ତୋଳନ କଲେ ରଣପୁରର ପ୍ରାକ୍ତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରେ ପାଳିତ ହୋଇଥିବା ସାଧାରଣତନ୍ତ୍ର ଦିବସରେ ମୁଖ୍ଯ ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାପରେ ବିଦ୍ଯାଳୟ ପଡିଆରେ ସମ୍ମିଳିତ ଛାତ୍ରଛାତ୍ରୀ ଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ସାଧାରଣତନ୍ତ୍ର ଦିବସର ମହାନତା ବିଷୟରେ ଆଲୋକପାତ କରିଥିଲେ । ଆଜିର ଛାତ୍ର କାଲିର ନାଗରିକ। ତେଣୁ ଭଲ ପାଠ ପଢିବା ସହିତ ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। …

Read More

ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ୭୬ତମ ସାଧାରଣତନ୍ତ୍ର ଦିବସର ଐତିହାସିକ ପରମ୍ପରାକୁ ସ୍ମରଣ କରି ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଆବାସିକ) ନୟାଗଡ଼ ଅନୁଷ୍ଠାନର ପରିସର ମଧ୍ୟରେ ମହାସମାରୋହରେ ପାଳନ କରାଯାଇଛି। ବିଦ୍ୟାଳୟ ର ସମ୍ପାଦିକା ମିସ୍ ତନୁଜା ମିଶ୍ର “ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପରିଡ଼ା, ନିର୍ଦ୍ଦେଶକ ଦେବାଶିଷ ‌ମିଶ୍ର, ଅଧ୍ୟାପକ ଗଣ ଯଥା ମନୋଜ କୁମାର ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ବିପିନ ପ୍ରଧାନ, ଦେବାଶିଷ ମିଶ୍ର, କେଦାର ଚନ୍ଦ୍ର ନାୟକ, ଦିଲ୍ଲୀପ କୁମାର ଵରାଡ, ସହକର୍ମ ଚାରି  ଗ୍ୟାନରନ୍ଜନ ମହାପାତ୍ର, ରବିନ୍ଦ୍ର ସାଥୁଆ, ରବିନ୍ଦ୍ର ସେଠୀ,ସତ୍ୟଭାମା ପୃଷ୍ଟି, ସୁଭାଶିଷ ମହାନ୍ତି, ଏବଂ ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ସୈ!ମ୍ୟରଞ୍ଜନ ପରିଡ଼ା ପତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଅନ୍ୟାନ୍ୟ ଅଧ୍ୟାପକମାନେ ବକ୍ତବ୍ୟ ମାଧ୍ୟମରେ…

Read More

ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ସକାଳ ୦୭.୩୦ ସମୟରେ ସ୍ଥାନୀୟ ହୋଟେଲ ନିଳମାଧବ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଭେଟେରାନ  ଶରତ କୁମାର ସାହୁ ସୋସାଇଟି ଅଧ୍ୟକ୍ଷ ଗୋଦାବରୀଶ ସାହୁଙ୍କୁ ଆମନ୍ତ୍ରିତ କରି ପତକା ଉନ୍ମୋଚନ କରାଇଥିଲେ। ଏହି ରାଷ୍ଟ୍ରୀୟ ପର୍ବରେ ନୟାଗଡ଼ର ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଦଣ୍ଡପାଣି ନାୟକ, ଭଗବତୀ ଚରଣ ପଟ୍ଟନାୟକ ଓ ନିରଂଜନ ମିଶ୍ରଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା। ନୟାଗଡ଼ର ପୂଜ୍ୟ ପୁଜା କମିଟିର ସଭାପତି ପ୍ରଶନ୍ନ କୁମାର ବସନ୍ତିଆ ଓ ଶିବ ଶକ୍ତି ଯୋଗ କେନ୍ଦ୍ରର ଆବାହକ ଧର୍ମେନ୍ଦ୍ର କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସହଯୋଗରେ ଏହି ପର୍ବରେ ସିଭିଲ ସୋସାଇଟି, ପୂଜ୍ୟପୁଜା କମିଟି ଓ ଶିବଶକ୍ତି ଯୋଗ କେନ୍ଦ୍ରର ବହୁ ସଦସ୍ୟ ଯୋଗଦାନ କରିଥିଲେ।

Read More

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ନୟାଗଡ଼ ପୁରୁଣା ସହର ଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଙ୍ଘର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପତାକା ଉତୋଳନ କରି ସ୍ୱାଧୀନତା, ସମାନତା ଓ ସମୃଦ୍ଧିର ସହ ଦେଶକୁ ବିଶ୍ୱର ସର୍ବୋତମ ଦେଶ କରି ଗଢିତୋଳିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ସାମ୍ବାଦିକ ସଙ୍ଘର ଶୁଭେଛୁଙ୍କ ସମେତ ସାମ୍ବାଦିକ ପ୍ରଦୀପ୍ତ କୁମାର ରଥ, ନିଶିକାନ୍ତ ରଥ, ଲୋକନାଥ ମିଶ୍ର, ପୁରୁଷୋତମ ମହାପାତ୍ର, ଜୟନ୍ଦ୍ର କୁମାର ବେହେରା, ଚିତ୍ତରଞ୍ଜନ ପାଶା, ଗୋକୁଳ କୁମାର ଷଡ଼ଙ୍ଗୀ,  ପ୍ରମୋଦ କୁମାର ନନ୍ଦ, ଜିତୁନ କୁମାର ମହାପାତ୍ର, ବିକ୍ରମ କୁମାର ସ୍ୱାଇଁ, ରଞ୍ଜନ ବେହେରା, ବିଭୁତି ଭୁଷଣ ପଟ୍ଟନାୟକ ପ୍ରମୁଖ ଉତ୍ସବରେ…

Read More