ରଣପୁର ମହୋତ୍ସବରେ ବାଚସ୍ପତିଙ୍କ ଦ୍ଵାରା ସମ୍ମାନିତ ହେଲେ ଗୁରୁ ଓ ଶିଷ୍ୟ

ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ମହୋତ୍ସବ ଅର୍ଜୁନ-୨୦୨୫ ଆନୁକୂଲ୍ୟରେ “ବୈଷ୍ଣବ କବି ଭକ୍ତଚରଣ ଦିବସ” ପାଳନ ଅବସରରେ ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର କବି ସମ୍ମିଳନୀରେ କବିତା ପାଠ ଉତ୍ସବରେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ସମ୍ବର୍ଦ୍ଧିତ କଲେ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ଦଶମ ଶ୍ରେଣୀ ଛାତ୍ର କାହ୍ନା ପ୍ରଧାନ ଓ ଆଦର୍ଶ ଶିକ୍ଷକ ତଥା ନୟାଗଡ଼ ଜିଲ୍ଲା ସାହିତ୍ୟ ସୃଜନୀର ଏସ.ଆର.ଜି ଡ଼କ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ସମ୍ମାନପତ୍ର ଉପହାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ କାହ୍ନା ପ୍ରଧାନ କବିତା ରଚନାରେ ରାଜ୍ୟରେ ପ୍ରଥମ ହୋଇଥିଲେ ଓ ବକ୍ତୃତାରେ ଜିଲ୍ଲାରେ ପ୍ରଥମ ରାଜ୍ୟରେ ଚତୁର୍ଥ କୃତୀ ଛାତ୍ରୀ ସୁଶ୍ରୀ ସମୀକ୍ଷା ସମ୍ବର୍ଦ୍ଧିତ କଲେ।ବାଚସ୍ପତି କହିଲେ ଓଡିଆ ଅସ୍ମିତା ଯେପରି ପ୍ରତି…

Read More

ନୟାଗଡ଼ ପୂଜ୍ୟପୂଜା କମିଟି ପକ୍ଷରୁ ଯଦୁମଣି ଜୟନ୍ତୀ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ପୂଜ୍ୟପୂଜା କମିଟି ଆନୁକୂଲ୍ୟରେ ଉତ୍କଳ ଘଣ୍ଟ ଯଦୁମଣି ଜୟନ୍ତୀ ପାଳିତ ହୋଇଯାଇଛି। ସ୍ଥାନୀୟ ଗୋଦାବରୀ କଲ୍ୟାଣ ମଣ୍ଡପ ଠାରେ ସମାଜସେବୀ ଗୋଦାବରୀ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ମହାନ ସାରସ୍ୱତ ସାଧକଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଯଦୁମଣିଙ୍କ ତୈଳ ଚିତ୍ରରେ ପୂଜ୍ୟପୂଜା କମିଟି ସଭାପତି ଶିକ୍ଷାବିତ ପ୍ରସନ୍ନ କୁମାର ବସନ୍ତିଆ, ସଂପାଦକ ଶରତଚନ୍ଦ୍ର ଆଚାର୍ଯ୍ୟ, ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ହାସ୍ୟକବିଙ୍କ ରଚନା ସମ୍ପର୍କରେ ବ୍ୟାପକ ଆଲୋଚନା କରିବା ସହ ଆଗାମୀଦିନରେ ଯଦୁମଣିଙ୍କ ଜୟନ୍ତୀକୁ ସଦର ମହକୁମାରେ ବ୍ୟାପକତା ସହ ପାଳନ କରିବା ନେଇ ପୂଜ୍ୟପୂଜା କମିଟି ପକ୍ଷରୁ ସ୍ଥିରୀକୃତ ହେଲା।

Read More

ନୟାଗଡ଼ ଶରଣକୁଳରୁ ତିନି ଜଣଙ୍କୁ ଗିରଫ, ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା

ନୟାଗଡ଼, (ନୟାଗଡ଼ ଦର୍ପଣ): ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା, ଏହା ପଛରେ କିଏ ଅଛି କହିଲେ DCP। ଆଜି ସକାଳେ ରସୁଲଗଡ଼ରେ ଛାତିଥରା ହତ୍ୟାକାଣ୍ଡ ଘଟିଯାଇଛି। ବିଚ୍ ରାସ୍ତାରେ ଯୁବକଙ୍କୁ କରାଯାଇଥିଲା ବିଭତ୍ସ ହତ୍ୟା । ରସୁଲଗଡ଼ ପ୍ଲାଏଓଭରେ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଏକ ନାରଙ୍ଗି ରଙ୍ଗର ସ୍କୁଟି ଏବଂ ହେଲମେଟ୍ ପଡ଼ିଥିଲା। ପ୍ରାଣହରାଇଥିବା ଯୁବକଜଣକ ହେଲେ ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ । ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ନୟାଗଡ଼ ଶରଣକୁଳରୁ ତିନି ଜଣଙ୍କୁ ଗିରଫ କରାଯାଇଥିବା ଜଣାଇଛାନ୍ତି DCP । ଗିରଫ ତିନି ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି।

Read More