ଜିଲ୍ଲା ଏଡିଇଓ ସଂଘ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟସ୍ଥ ମୁଥାଗାଡିଆ କଲ୍ୟାଣମଣ୍ଡପଠାରେ ନୟାଗଡ଼ ଜିଲ୍ଲା ଏଡିଇଓ ସଂଘ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ବାଦଲ କୁମାର ଷଡ଼ଙ୍ଗୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ବୈଠକରେ ସଂଘର ପରିଚାଳନା ପାଇଁ ନୂତନ କମିଟି ଗଠନ କରାଯାଇଛି। ନୂତନ କମିଟି ସଭାପତି ଭାବେ ଓଡ଼ଗାଁ ବ୍ଲକର ଜିତେନ୍ଦ୍ର କୁମାର ପୃଷ୍ଟି ଓ ସମ୍ପାଦକଭାବେ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି। ସଂଘର ସୁପରିଚାଳନା ପାଇଁ ଉପଦେଷ୍ଟା ଭାବେ ବାଦଲ କୁମାର ଷଡଙ୍ଗୀ, ସରୋଜ କାନ୍ତ ରଥ, ରବୀନ୍ଦ୍ର କୁମାର ସ୍ବାଇଁ, ଅବିନାଶ ନାୟକ, ରଶ୍ମିତା ପଣ୍ଡା, ରଶ୍ମୀରେଖା ସାହୁ, ବବିତା ବସନ୍ତରା ଓ କୋଷାଧ୍ୟକ୍ଷ ଭାବେ ରଣପୁର ବ୍ଲକର ନିରଞ୍ଜନ ମିଶ୍ରଙ୍କୁ ମନୋନୀତ କରାଯାଇଛି। ଆଗାମୀ ଦିନରେ ସଂଘର ସମସ୍ତ କାର୍ଯ୍ୟକ୍ରମକୁ ସମସ୍ତ ସଭ୍ୟଙ୍କ ମତାମତକୁ ଗ୍ରହଣ କରି ଶୃଙ୍ଖଳିତ ଭାବରେ…

Read More

ସାହିତ୍ୟିକ ଓ ଶିକ୍ଷାବିତଙ୍କ ସଫଳତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ (Ministry of Information & Broadcasting) ତରଫରୁ ଶିକ୍ଷାବିତ୍, ସଂପାଦକ, ଭାଷାତତ୍ତ୍ୱବିତ୍, ସାହିତ୍ୟିକ, ଅନୁବାଦକ ଡ. ଜଗମୋହନ ଆଚାର୍ଯ୍ୟଙ୍କୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମି ସାର୍ଟିଫିକେସନର ପରାମର୍ଶଦାତା ପ୍ୟାନେଲ୍, କୋଲକାତା ରିଜନର ସଦସ୍ୟ ଭାବେ ମନୋନୀତ କରାଯାଇଛି।  ନୟାଗଡ଼ ଜିଲ୍ଲା କଣ୍ଟାବଣିଆ ଶାସନରେ ଜନ୍ମ ହୋଇଥିବା ଡ. ଆଚାର୍ଯ୍ୟ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସଂସ୍କୃତ ସମ୍ମାନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଇଂରାଜୀ, ସଂସ୍କୃତ, ଓଡ଼ିଆ ଓ ବଙ୍ଗଳା ଭାଷାରେ ଅନେକ ଗବେଷଣାତ୍ମକ ପୁସ୍ତକ ରଚନା କରିବା  ସହ ଓଡ଼ିଆ ଭାଷାର ଅନେକ ନାଟକ ମଧ୍ୟ ଉଭୟ ସଂସ୍କୃତ ତଥା ବଙ୍ଗଳା ଭାଷାରେ ଅନୁବାଦ କରିଛନ୍ତି। ସର୍ବଭାରତୀୟସ୍ତରର ରିସର୍ଚ୍ଚ ଜର୍ଣ୍ଣାଲ୍ “ଋତାୟନୀ” ର ସଂପାଦନା କରିଥିବା ବେଳେ ଭାରତୀୟ ଅନୁବାଦ ସାହିତ୍ୟର ଉପଦେଷ୍ଟାମଣ୍ଡଳୀର ସଦସ୍ୟ…

Read More

କବିତା ରଚନାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲେ କାହ୍ନା

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ଦଶମ ଶ୍ରେଣୀ ଛାତ୍ର କାହ୍ନା ପ୍ରଧାନ କବିତା ରଚନାରେ ଜିଲ୍ଲା ଏବଂ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ଚୌଧୁରୀ ଓ ଶିକ୍ଷକ ତଥା ନୟାଗଡ଼ ଜିଲ୍ଲା ସାହିତ୍ୟ ସୃଜନୀର ଏସ ଆର ଜିଡ଼କ୍ଟର ପ୍ରତାପ କୁମାର ପରିଡ଼ା ସମ୍ବର୍ଦ୍ଧିତ କରିଛନ୍ତି ଏବଂ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ସାଙ୍ଗସାଥି ଉପସ୍ଥିତ ରହି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହା ଓଡ଼ିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ଡିସେମ୍ବର ମାସ ୨୭ ଠାରୁ ୨୯ ମଧ୍ୟରେ ନିରାଡମ୍ବରରେ ଉଦଯାପନୀ ହୋଇଥିଲା। ଶିଶୁର ସର୍ବାଙ୍ଗୀନ ବିକାଶରେ ପରିବାର, ବିଦ୍ୟାଳୟ, ଗୋଷ୍ଠୀର ଭୂମିକା ଗୁରୁତ୍ବପୂର୍ଣ । ଶିଶୁଟିର ଅଭିଜ୍ଞତା ଓ ଦକ୍ଷତାକୁ…

Read More