ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ “ମନ୍ଥନ ଶିବିର” ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ସମସ୍ତଙ୍କୁ ମନ୍ଥନ ଶିବିରକୁ ସ୍ୱାଗତ କରିବା ସହ ସୁଚିନ୍ତିତ ମତାମତ ପ୍ରଦାନ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ସ ଅଭିଯାନ ଅନ୍ତର୍ଗତ ନୟାଗଡ଼ ଜିଲ୍ଲାର ମୋଟ ୧୧୩ଟି ଅନୁସୂଚିତ ଜନଜାତି ବହୁଳ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଶିବିରରେ ଆଲୋଚନା କରାଗଲା । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବିଶ୍ୱସ୍ୱରୁପ ସାହୁ, ଶ୍ୱେତା ମିଶ୍ର ଓ ଶ୍ରଦ୍ଧାଂଜଳି ହୋତା ଉପସ୍ଥିତ ରହି…
Read MoreDay: December 26, 2024
PCPNDT ପରାମର୍ଶ ସମିତିର ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ର ସ୍ଥାପନ ପାଇଁ ଆବେଦନ କରିଥିବା ୟୁନିଟ୍ଗୁଡ଼ିକର ପଂଜିକରଣ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ନିଷ୍ପତି ଗ୍ରହଣ କରାଗଲା । ଏଥି ସହିତ ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ ଗୁଡ଼ିକରେ କାର୍ଯରତ ବ୍ୟକ୍ତିଙ୍କ ସମ୍ପର୍କିତ ପ୍ରମାଣ ପତ୍ର ଓ କାର୍ଯ୍ୟଦକ୍ଷତା ସବୁକୁ ସମ୍ପୂର୍ଣ୍ଣ ରୂପେ ଯାଞ୍ଚ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଯଦି ଡାଇଗ୍ନୋଷ୍ଟିକ୍ କେନ୍ଦ୍ରଗୁଡ଼ିକ ନିୟମ ଉଲଂଘନ କରନ୍ତି ତେବେ ଗୁରୁତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଦଣ୍ଡବିଧାନ ବ୍ୟବସ୍ଥା ଓ ପ୍ରୋତ୍ସାହନ ସମ୍ବନ୍ଧୀୟ ସନ୍ଦେଶର ତୃଣମୂଳସ୍ତରରେ ପ୍ରଚାର ପ୍ରସାର…
Read Moreବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପାଳନ କରାଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ତାଙ୍କ ବକ୍ତବ୍ୟରେ ଆଜିର ସରକାର ଦବା ସରକାର ନୁହେଁ ନବା ସରକାର ବୋଲି ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାରରେ ଦୃତ ବିକାଶ ହୋଇଥିଲା । ବର୍ତ୍ତମାନ ସରକାର ଦୃତ ବିଫଳତା ଆଡ଼କୁ ଅଗ୍ରସର ହେଉଛି । ଆଜିର ଦିନରେ ଜନ ମତ ପ୍ରଭାବିତ ହୋଇଛି । ରାଜନୀତିରେ ସାଳିନତା କେବେ ହରାଇବ ନାହିଁ ବୋଲି କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ଅରୁଣ। ଆଜିର ଦରଦାମ ବୃଦ୍ଧି ଲୋକଙ୍କୁ ବହୁତ ବାଧୁଛି । ଦରଦାମ କାହିଁକି ବୃଦ୍ଧି ହେଉଛି ଲୋକମାନେ ବୁଝିବା ଆରମ୍ଭ କଲେଣି । ରାଜ୍ୟ ସରକାର ଦୁଇ ପ୍ରକାର କଥା…
Read More